ଆଜି ଠାରୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ , ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ଭୁବନେଶ୍ୱର , ଜୁଲାଇ 2(ଖବର ଓଡିଶା): Share story: ଆଜି ଠାରୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟା । କୋଭିଡ୍ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ୨୪ ଦିନ ଚାଲିବ ବିଧାନସଭା । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିବେ ଅର୍ଥମନ୍ତ୍ରୀ । ଦିନକୁ ୬ ଘଣ୍ଟା ଧରି ଗୃହକାର୍ଯ୍ୟା ଚାଲିବ ବୋଲି ସୁଚନା ଦିଆଯାଇଛି ।ତେବେ ଆଜି ଅଧିବେଶନ ଆରମ୍ଭ ଗୃହରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ । ଦିବଂଗତ ନେତା ସୁରେନ୍ଦ୍ରନାଥ କହଁରଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳୀ । ଖବର ଓଡ଼ିଶା, Reporter, 02/07/2022