ରାସ୍ତାରେ ହୁ ହୁ ହୋଇ ଜଳିଗଲା କାର, ନିଆଁ ଲାଗିବାର କାରଣ ଅସ୍ପଷ୍ଟ
Khabar Odisha:The-car-caught-fire-on-the-road-and-the-cause-of-the-fire-is-unknown
ଭୁବନେଶ୍ବର, ଜାନୁଆରୀ ୧୪ (ଖବର ଓଡ଼ିଶା)

ରାସ୍ତାରେ ହୁ ହୁ କରି କାର ଜଳୁଥିବାରୁ ଦେଖିବାକୁ ମିଳିଛି । ଭୁବନେଶ୍ୱରର ସିଆରପି ଓଭର ବ୍ରିଜ ଉପରେ ଛିଡା ରହିଥିବା କାର କୌଣସି କାରଣରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା  । ହାଠତ କାରରେ ନିଆଁ ଲାଗିଯିବାରୁ ସେଠାରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି ।

ଫୋର୍ଡ କମ୍ପାନୀର  OR 02 AQ 7799ର ନିଆଁ ଲାଗିବା ପରେ ଡ୍ରାଇଭର ଓ ଅନ୍ୟ ଜଣେ ଓହ୍ଲାଇପଡିଥିବାଜଣାପଡିଛି ।  ଏହି କାରରେ କିଭଳି ନିଆଁ ଲାଗିଲା କୌଣସି କିଛି ସ୍ପଷ୍ଟ ହୋଇନାହି।  ଦମକଳ ବାହିନୀ ପହଂଚି ନିଆକୁ ଆୟତ କରିଛି ।

ଠିକ ସେହି ଗାଡିର ପଛରେ କମିଶନରେଟ ପୋଲିସର ଇଣ୍ଟେରସେପ୍ଟର ଗାଡି ଠିଆ ହୋଇଛି । ସେଠାରେ ଗାଡିର ବେଗ ଅନୁସାରେ ଜୋରିମାନା ଦିଆଯାଏ । ହେଲେ ଏହି ଗାଡିଟି ପୋଲିସ ଅଟକାଇ ଥିଲା ନା ନାହିଁ ସେନେଇ ଜଣାପଡିନାହିଁ 

  • Tags:

Subscribe

National International State Sports Entertainment