ରାମ ମନ୍ଦିର ପଛପଟେ ଥିବା ଅଳିଆଗଦାରୁ ମିଳିଲା ମଣିଷର ଛିଡା ହାତ ଓ ଗୋଡ଼
Khabar Odisha:The-bones-of-the-human-hands-and-feet-were-found-in-the-rubble-behind-the-Ram-temple
ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରୁ ଆସିଛି ଚାଞ୍ଚଲ୍ୟକର ଖବର । ଅଳିଆ ଗଦାରେ ପଡ଼ିଛି ଛିଣ୍ଡା ହାତ ଓ ଗୋଡ଼ । ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ପଡ଼ିଛି ଏହି ହାତ, ଗୋଡ଼ । ମିଳିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ସୂଚନା ।

ପ୍ରଥମେ ସ୍ଥାନୀୟ ଲୋକ ପ୍ରଥମେ ଏହାକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଖାରବେଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ନିକଟରେ ଥିବା ଏକ ମେଡିକାଲ ଇନଷ୍ଟିଚ୍ୟୁଟ ଲ୍ୟାବରୁ ଆସିଥାଇପାରେ ବୋଲି ଅନୁମାନ କରୁଛି ପୋଲିସ । ତେବେ ଏହି ଛିଣ୍ଡା ହାତ, ଗୋଡ଼ କାହାର ଏବଂ ଏହା ଅଳିଆ ଗଦାକୁ କିପରି ତାହା ଅସ୍ପଷ୍ଟ ରହିଛି ।

  • Tags:

Subscribe

National International State Sports Entertainment