ଅଧିନାୟକ ପରିବର୍ତ୍ତନ କରିବାରେ ରେକର୍ଡ କଲା କିଙ୍ଗସ ଏକାଦଶ ପଞ୍ଜାବ ଦଳ
Khabar Odisha:The-Kings-XI-Punjab-team-recorded-a-change-of-captaincy
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

ଆଇପିଏଲ ୨୦୨୦ । ଗତକାଲି ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲସ ବନାମ କିଙ୍ଗସ ଏକାଦଶ ପଂଜାବ ମ୍ୟାଚରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି କିଙ୍ଗସ ଏକାଦଶ ପଂଜାବ ଦଳ । ଏହି ସିଜିନରେ ଦଳର ନେତୃତ୍ୱ ନେଉଛନ୍ତି କେ.ଏଲ ରାହୁଲ । ତେବେ ଆଇପିଏଲ ଇତିହାସରେ କିଙ୍ଗସ ଏକାଦଶ ପଂଜାବ ସର୍ବାଧିକ ଅଧିନାୟକ ପରିବର୍ତ୍ତନ କରିଛି । ଦଳ ପୂର୍ବରୁ ଏଗାର ଜଣ ଅଧିନାୟକ ପରିବର୍ତ୍ତନ କରି ସାରିଛି ଏବଂ କେ.ଏଲ ରାହୁଲ ଦଳର ବାର ତମ ଅଧିନାୟକ । ସେହିପରି ଦିଲ୍ଲୀ କ୍ୟାପିଟାଲସ ଦଳ ମଧ୍ୟ ଦଶ ଜଣ ଅଧିନାୟକ ବଦଳାଇ ସାରିଛି ଏବଂ ବର୍ତ୍ତମାନର ଅଧିନାୟକ ଶ୍ରେୟାସ ଆୟାର ଦଳର ଏକାଦଶ ତମ ଅଧିନାୟକ ।

ୟୁବରାଜ ସିଂ, ଜର୍ଜ ବେଲି, ଆଡାମ ଗିଲଖ୍ରୀଷ୍ଟ, ମାହେଲା ଜୟବର୍ଦ୍ଧନେ, ଆର.ଅଶ୍ୱିନ, ବୀରେନ୍ଦ୍ର ସେହୱାଗ୍ ଆଦି ଖେଳାଳି ପୂର୍ବରୁ କିଙ୍ଗସ ଏକାଦଶ ପଂଜାବ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଅଧିନାୟକ ବଦଳାଇବା ପରି ଦଳ ମଧ୍ୟ ପ୍ରତି ସିଜିନରେ କୋଚ ବଦଳାଉଛି ୨୦୧୮ ରେ ଦଳ ଅଷ୍ଟ୍ରେଲିଆର ବ୍ରାଡ ହଜଙ୍କୁ କୋଚ ଦାୟିତ୍ୱ ଦେଇଥିଲା, ୨୦୧୯ ରେ ଦଳ ନ୍ୟୁଜଲାଣ୍ଡର ମାଇକ ହାସନଙ୍କୁ କୋଚ ଭାବେ ନିଯୁକ୍ତ କରିଥିଲା । ଏହି ବର୍ଷ ଦଳ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କୁ କୋଚ ଭାବରେ ନିଯୁକ୍ତ କରିଛି ।

  • Tags:

Subscribe

National International State Sports Entertainment