ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତରଭା ସଟ ଡାଉନ
Khabar Odisha:Tarva-shut-down-until-September-30
ସୁବର୍ଣ୍ଣପୁର, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ କରାଯାଇଛି । ତରଭା ବଣିକ ସଂଘ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ କମିଟି, ବିଭିନ୍ନ ସାମାଜିକ ଓ ସ୍ୱେଛାସେବୀ ଅନୁଷ୍ଠାନ ସମେତ ପଡା ଓ ସାହିରେ ଥିବା ଯୁବ ଓ ମହିଳା କ୍ଲବ ପକ୍ଷରୁ ଏହି ସଟ୍ ଡାଉନ୍ ଘୋଷଣା ହୋଇଛି । କରୋନା ମହାମାରୀର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲକ୍ଷ୍ୟରେ ଆଜିଠୁ ତରଭା ସହରର ସମସ୍ତ ଦୋକାନ ବଜାର ବନ୍ଦ ସହ ଲୋକଙ୍କ ଗହଳିକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ତଥା ଔଷଧ ଦୋକାନକୁ ଏହି ବନ୍ଦରୁ ବାଦ ଦିଆ ଯାଇଥିବା ବେଳେ ସକାଳ ୬ ରୁ ୧୦ ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

  • Tags:

Subscribe

National International State Sports Entertainment