ଭାରତରେ ବ୍ୟାନ ହେବା ପରେ ଚୀନ ଠାରୁ ନିଜକୁ ଦୂରେଇଲା Tik-Tok
Khabar Odisha:TIK-TOK-Makes-Distances-From-China
ନୂଆଦିଲ୍ଲୀ, ଜୁଲାଇ ୦୪ (ଖବର ଓଡ଼ିଶା):

 ଭାରତରେ ଗତ ଜୁନ ୨୯ ତାରିଖରେ ଲୋକପ୍ରୀୟ ଆପ୍ ଟିକଟକ୍ ସମେତ ୫୮ଟି ଆପ୍ ବ୍ୟାନ ହେବା ପରେ ପ୍ରତିଦିନ ଟିକଟକ୍ କୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । କେବଳ ଭାରତରେ ହିଁ ଟିକ୍‌ଟକ୍ ର ପ୍ରାୟ ୧୦୦ ମିଳିୟନରୁ ଅଧିକ ୟୁଜର୍ସ ଅଛନ୍ତି । ଏବଂ ଖୁବ୍ କମ୍ ସମୟରେ ଟିକ୍‌ଟକ୍ ଭାରତରେ ଲୋକପ୍ରୀୟତା ହାସଲ କରି ପାରିଥିଲା ।

ଭାରତରେ ଟିକ୍‌ଟକ୍ ବ୍ୟାନ ହେବା ପରେ ଟକ୍ଟକ୍ କମ୍ପାନୀ ନିଶ୍ଚିତ ଭାବରେ ଗୋଟିଏ ବଡ କ୍ଷତି ସହିଛି । ବର୍ତମାନ ଭାରତରେ ବ୍ୟାନ ହେବା ପରେ ଟିକ୍‌ଟକ୍ ଚୀନଠାରୁ ନିଜକୁ ଦୂରେଇବା ଆରମ୍ଭ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଟିକଟକ ଚାଇନିଜ୍ କମ୍ପାନୀ ବାଇଟ୍‌ଡ୍ୟାନ୍ସ ଅଧିନରେ ଥିଲେ ମଧ୍ୟ ଏବେ ଚୀନଠାରୁ ନିଜକୁ ଦୂରେଇବାକୁ ଚାହୁଁଛି ଟିକ୍‌ଟକ୍ । ଟିକ୍‌ଟକ୍ ଚୀନ କମ୍ପାନୀ ଅଧିନରେ ଥିଲେ ବି ଚୀନରେ ଏହାର ଏତେ ଚାହିଦା ନଥିଲା ଯେତେ ମାତ୍ରାର ଚାହିଦା ଟିକ୍‌ଟକ୍‌ର ଭାରତରେ ଥିଲା ।

ତେବେ ଟିକ୍‌ଟକ୍ ର ସର୍ଭର ସିଙ୍ଗାପୁରରେ ରହିଛି ଏବଂ କମ୍ପାନୀ କୌଣସିବି ୟୁଜର୍ସଙ୍କ ତଥ୍ୟ କାହାରିକୁ ଦିଏ ନାହିଁ ବୋଲି ଭାରତରେ ବ୍ୟାନ ହେବା ପୂର୍ବରୁ ଟିକ୍‌ଟକ୍ ତରଫରୁ ସଫେଇ ମଧ୍ୟ ରଖା ଯାଇଥିଲା କିନ୍ତୁ ଏହା ସତ୍ୱେ ଭାରତରେ ଟିକ୍‌ଟକ୍ ବ୍ୟାନ ହେବା ପରେ ଏବେ ଟିକ୍‌ଟକ୍ ନିଜକୁ ହିଁ ଚୀନ ଠାରୁ ଦୂରେଇ ଦେଇ ଆଉ ଥରେ ଭାରତରେ ପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଛି ।

  • Tags:

Subscribe

National International State Sports Entertainment