ହାଇଦ୍ରାବାଦ୍: ତେଲଙ୍ଗାନା ସରକାର ଆଗାମୀ ଦିନରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକ ପାଇଁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ଆସନ୍ତା ୨୪ ତାରିଖ ଠାରୁ ଜୁନ୍ ୧୧ ତାରିଖ ଯାଏଁ ସ୍କୁଲଗୁଡ଼ିକ ଛୁଟି ରହିବ। ପିଲାମାନଙ୍କୁ ଏପ୍ରିଲ ୨୪ ତାରିଖ ଠାରୁ ଲଗାତାର ୪୬ ଦିନ ଯାଏଁ ସ୍କୁଲକୁ ପାଠପଢ଼ି ଯିବାକୁ ପଡ଼ିବ ନାହିଁ। ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି ଆସନ୍ତା ଜୁନ ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଜୁନ ୧୨ ତାରିଖ ଠାରୁ ସ୍କୁଲଗୁଡ଼ିକ ପୁଣି ଥରେ ଖୋଲିବ ଏବଂ ପାଠପଢ଼ା ଆରମ୍ଭ ହୋଇଯିବ।
ତେଲଙ୍ଗାନା ବୋର୍ଡ ଅଫ ଇଣ୍ଟରମିଡିଏଟ୍ ଏଜୁକେଶନ ରାଜ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ସରକାରୀ ଭାବେ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି ଘୋଷଣା କରିଛି। ନୂଆ ଆଦେଶ ଅନୁସାରେ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ମାର୍ଚ୍ଚ ୩୧ ଠାରୁ ଜୁନ ୧ ତାରିଖ ଯାଏଁ ବନ୍ଦ ରଖାଯାଇଛି। ନୂଆ ଶିକ୍ଷା ବର୍ଷ ଆସନ୍ତା ଜୁନ ୨ ତାରିଖ ଠାରୁ ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ: ସିଦ୍ଧରମୈୟା କ୍ଷମତାରେ ରହିଲେ କର୍ଣ୍ଣାଟକକୁ ପାକିସ୍ତାନକୁ ହସ୍ତାନ୍ତର କରିଦେବେ