ଅମୃତସର: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ବୁଧବାର ମୁକ୍ତସରସ୍ଥିତ ଗୁରୁଦ୍ୱାର ଶ୍ରୀ ଦରବାର ସାହିବରେ ଦୁଇ ଦିନିଆ 'ସେବା' ଆରମ୍ଭ କରିଛନ୍ତି। ଏହି ସମୟରେ ସେ ହାତରେ ଭାଲା ଧରି ଗୁରୁଦ୍ୱାର ସାହିବର ମୁଖ୍ୟ ଦ୍ୱାରକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା।
ଏହି ସମୟରେ ସେ ଗୁରୁଦ୍ୱାର ସାହିବର ଲଙ୍ଗର ହଲରେ ବାସନ ସଫା କରିବାର ସେବା ମଧ୍ୟ କରିବେ। ସେବା ସମୟରେ ସୁଖବୀର ବାଦଲ ନୀଳ ରଙ୍ଗର ଚୋଲା ପିନ୍ଧିଥିଲେ ଏବଂ ତାଙ୍କ ବେକରେ ଗୁରବାନୀ ଗୀତରେ ଲେଖାଥିବା ପ୍ଲାକାର୍ଡ ଝୁଲୁଥିଲା। ସେପଟେ ସୁଖବୀର ବାଦଲଙ୍କ ସୁରକ୍ଷା ପାଇଁ ଗୁରୁଦ୍ୱାର ସାହିବରେ ବିପୁଳ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁଖବୀର ସକାଳ ୯ଟାରୁ ୱାଚମ୍ୟାନ୍ ଭାବରେ ନିଜର ସେବା ଆରମ୍ଭ କରିଥିଲେ ଏବଂ ସକାଳ ୧୦ଟା ପର୍ଯ୍ୟନ୍ତ ଚାଲିଥିଲେ।
ଅଧିକ ପଢ଼ନ୍ତୁ: ଔରଙ୍ଗାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା