କରୋନା କଟକଣା : ପୁରୀ ସ୍ଵର୍ଗଦ୍ଵାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ ମନା
Khabar Odisha:State-sabadaha-restrictions-in-Puri
ଭୁବନେଶ୍ୱର, ଜୁଲାଇ ୭ ( ଖବର ଓଡ଼ିଶା):

 କାଲିଠାରୁ ପୁରୀ ସ୍ଵର୍ଗଦ୍ଵାର ରେ ଶବଦାହ ମନା । କରୋନା କଟକଣା ଯୋଗୁଁ ଆସନ୍ତାକାଲିଠୁ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାର ସ୍ୱର୍ଗଦ୍ୱାର ରେ କରାଯାଇପାରିବ ନାହିଁ । ଏହି ନିୟମ କରୋନା ସଙ୍କଟ ନ ଟଳିବା ଯାଏଁ ଲାଗୁ ରହିବ ।

ମହାମାରୀ କରୋନା ଏବେ ରାଜ୍ୟରେ କାୟା ବିସ୍ତାର କରିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।ଏହାକୁ ଦୃଷ୍ଟିରେ ରଖି କାଲିଠାରୁ ପୁରୀ ସ୍ଵର୍ଗଦ୍ଵାର ରେ ଶବଦାହ ଉପରେ କଟକଣା ଜାରି କରାଯାଇଛି । ପୁରୀ ଜିଲ୍ଲାରେ ଯେପରି ବାହାର ଲୋକଙ୍କ ଦ୍ଵାରା ସଂକ୍ରମଣ ନ ବଢେ ସେନେଇ ଏହି ନିଷ୍ପତି ନିଆଯାଇଛି ।

  • Tags:

Subscribe

National International State Sports Entertainment