ପୁଣି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଗଲା
Khabar Odisha:State-Old-man-end-life-in-Banth-of-Bhadrak-district-today-morning-he-was-goes-to-firm

ଭୁବନେଶ୍ୱର, ମେ ୩୦ (ଖବର ଓଡ଼ିଶା): ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ସଂପୃକ୍ତ ବ୍ୟକ୍ତି ଶୌଚହେବାକୁ ଯାଇଥିଲେ । ଜଙ୍ଗଲୀ ହାତୀ ଅଚାନକ ଆସି ଆକ୍ରମଣ କରିଥିଲା । 

ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ଉପଦ୍ରମ କମ ହେଉନାହିଁ । ଗତକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଳ ଅଂଚଳରେ ହାତୀ ଜଣେ ମହିଳାଙ୍କର ଜୀବନ ନେଇଥିଲା । ନାକଟିଦେଉଳ ନିକଟ ହିତସରା ଗାଁରେ ମହିଳା ଜଣକ ବିଲକୁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ଭିତରୁ ହାତୀ ଆସି ତାଙ୍କୁ କଚାଡି ଦେଇଥିଲା । ମହିଳଙ୍କା ମୃତ୍ୟୁ ଗାଁରେ ଉତ୍ତେଜନା ଦେଖାଯାଇଛି । ମହିଳାଙ୍କର ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ ବୋଲି ଗାଁ ଲୋକେ କହିଛନ୍ତି । ସେମାନେ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ରେଢ଼ାଖୋଳ ଅଞ୍ଚଳରେ ଏହା ହେଉଛି ୨ୟ ହାତୀ ଆକ୍ରମଣରେ ମୃତ୍ୟୁ । 

ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି । ହାତୀପଲ ଘରେ ପଶି ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ଜିନିଷ ନଷ୍ଟ କରିଛନ୍ତି । କୋଇଡା ରେଞ୍ଜ ଅନ୍ତର୍ଗତ ବଣୁଆ ନିକଟ ଗିରେଇ ଗାଁରେ ହାତୀମାନେ ଏଭଳି ଉତ୍ପାତ କରିଛନ୍ତି । ତେବେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଧନଜୀବନ କ୍ଷତି ସହୁଥିବା ବେଳେ ବନ ବିଭାଗ ଶୁଣୁ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । 

 

  • Tags:

Subscribe

National International State Sports Entertainment