ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ, ରାଜ୍ୟପାଳଙ୍କ ମୁହଁରେ ନିଜ ପ୍ରଂଶସା ପତ୍ର ପଢାଇଲା ବିଜେଡି
Khabar Odisha:State-Odisha-Odisha-Governors-speech-on-Odisha-Assembly
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ୫ଟି ଜରିଆରେ ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ରାଜ୍ୟକୁ ନୂଆ ସୋପାନକୁ ନେବାକୁ ସରକାର କାମ କରୁଛନ୍ତି । 

ମୋ ସରକାରକୁ କାର୍ଯ୍ୟକ୍ରମ ଲୋକଙ୍କ ସୁବିଧା ପାଇଁ କରାଯାଇଛି କହି ପ୍ରଶଂସା କଲେ ରାଜ୍ୟପାଳ । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରଭଳି ଦିଗ ଗୁଡ଼ିକରେ ଅଧିକ ପ୍ରଗତି ହୋଇପାରିଛି । ଆଗାମୀ ବର୍ଷରେ ୫୦ ଲକ୍ଷ ଖୁଦ୍ର ଓ ନାମମାତ୍ର  ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବହୁ ଯୋଜନା କରାଯାଇଛି ।  ଚାଷୀଙ୍କ ପାଇଁ କାଳିଆ ଓ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ହୋଇଛି । କୃଷି କ୍ଷେତ୍ରରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା ହୋଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ଉନ୍ନତିକରଣ କାମ କରାଯାଇଛି । ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଏହାର ଝଲକ ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟରେ ଦାରିଦ୍ର‌୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨ ଲକ୍ଷ ଗୃହ ନିର୍ମାଣ କାର‌୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି । 

୨୦୧୮-୧୯ରେ ରେକର୍ଡ ପରିମାଣର ଖରିପ ଧାନ ସଂଗ୍ରହ ହୋଇଛି । ୧୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୧୧,୪୬୪ କୋଟି ଟଙ୍କା ଜମା ହୋଇଛି । ୨୦୨୦ -୨୧ ବର୍ଷରେ ପ୍ରାୟ ୧:୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇବା  ପାଇଁ  ଲକ୍ଷ ରଖିଛନ୍ତି । ଜଳଉତ୍ସ ଓ ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ବିଶୁଦ୍ଧ ଜଳ ମିଳୁଛି । ୫ ବର୍ଷରେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଶେଷ ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ଓଡ଼ିଶା ସମ୍ୱନିତ ଜଳ ସେଚନ ପ୍ରକଳ୍ପ ଜରିଆରେ ପ୍ରାୟ ୨୦୦ ଟି କ୍ଷୁଦ୍ର ଜଳ ସେଚନ ଭଣ୍ଡାରର ଉନ୍ନତି କରଣ କାର୍ଯ୍ୟ ହାତକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ବ୍ୟତୀତ ପ୍ରାୟ ୧୨୦୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବା ସହ କମାଣ୍ଡ ଏରିଆ ଅନ୍ତର୍ଗତ ବୃହତ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଗୁଡିକରେ ୦.୭୭ ଲକ୍ଷ ହେକ୍ଟର ସେଚଞ୍ଚଳରେ କ୍ଷେତ୍ରନଳି ନିର୍ମାଣ କରିବାକୁ ସରକାରଙ୍କ ଯୋଜନା ରହିିଛି । ୨୦୨୪ ମସିହା ସୁଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି । ପାନୀୟ ଜଳ ପାଇଁ ଜଳସାଥୀ ଏବଂ ପରିମଳ ପାଇଁ ସ୍ୱଚ୍ଛସାଥୀ ଆରମ୍ଭ ହୋଇଛି । ୨୦୨୦-୨୧ରେ ୨୦୦ କ୍ଷୁଦ୍ର ଜଳସେଚନ ଭଣ୍ଡାରର ଲକ୍ଷ୍ୟ ରହିଛି ।୨୦୧୮ରୁ ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟ କରୁଛି ।

୨୦୧୪-୧୫ ପରଠୁ ୨୩ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି ।୧୯ ଲକ୍ଷ ପରିବାରକୁ କର୍ମ ନିଯୁକ୍ତି ସୁଯୋଗ ମିଳିଛି । ଉପାନ୍ତ ଅଞ୍ଚଳରେ ୧୨ ହଜାର ସୋଲାର ପ୍ରକଳ୍ପ ଲାଗିଛି । ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଜାରି କରାଯାଇଛି । ଖୁବଶୀଘ୍ର ୧୪୦୩ ଡାକ୍ତରଙ୍କୁ ନିଯୁକ୍ତି ମିଳିବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁ ଲୋକ ଉପକୃତ ହେଉଛନ୍ତି । ମ୍ୟାଲେରିଆ ହ୍ରାସ ନେଇ ଓଡ଼ିଶା ମଡେଲକୁ ଡବ୍ଲୁଏଚଓ ସ୍ୱୀକୃତି ଦେଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ମିଶନ ଶକ୍ତି ମେଳା ଆରମ୍ଭ ହୋଇଛି । ୪୮.୩୮ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ପେନ୍‌ସନ୍ ମିଳୁଛି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୨ଟି ସ୍ୱତନ୍ତ୍ର ସ୍କୁଲ ହୋଇଛି । ଶ୍ରବଣବାଧିତଙ୍କ ପାଇଁ ଗୋଟିଏ କଲେଜ ପ୍ରତିଷ୍ଠା ହୋଇଛି । ହସ୍ତତନ୍ତର ବିକାଶ ପାଇଁ ବାଣିଜ୍ୟ, ବିପଣୀ ସହାୟତା ଯୋଜନା ହୋଇଛି । କେନ୍ଦୁଝରରେ ମହିଳା ବୁଣାକାର କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଆ ଭାଷାକୁ ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଛି । ବାଳ ଅପରାଧୀଙ୍କ ପାଇଁ ୩୦ଟି କିଶୋର ନ୍ୟାୟ ବୋର୍ଡ ଗଠନ ହୋଇଛି ।

ମମତା ଯୋଜନାରେ ୪୦ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ଉପକୃତ ହୋଇଛନ୍ତି । ଶିଶୁଙ୍କ ଗେଡ଼ାପଣ ହ୍ରାସରେ ରାୟଗଡ଼ା ଦେଶରେ ଚତୁର୍ଥ ସ୍ଥାନରେ ଅଛି । ୫୭,୫୫୦ ଭୂମିହୀନଙ୍କୁ ଜାଗା ମିଶନରେ ଜମି ଦିଆଯାଇଛି ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ମିଳୁଛି ।  ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ମିଳୁଛି ବୋଲି ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣରେ କହିଛନ୍ତି । 

ଓଡିଶା ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ମାଧମରେ ଓଡିଶା ଡାକ୍ତରୀ ଚିକିତ୍ସା ସେବା କ୍ୟାଡରରେ ଖୁବଶୀଘ୍ର ସରକାର ୧୪୦୩ ଡାକ୍ତରଙ୍କୁ ନିଯୁକ୍ତି ଦେବେ । ଡାକ୍ତରଖାନା ଗୁଡିକରେ ପରିମଳ ବ୍ୟବସ୍ଥା ଉନତି ଆଣି ଜନସ୍ୱାସ୍ଥ୍ୟ ସୁବିଧା ଗୁଡିକର ଉଲ୍ଲେଖନିୟ ପରିବର୍ତ୍ତନ ନିମନ୍ତେ "ନିର୍ମଳ" ନାମକ ଯୋଜନା ଆରମ୍ଭ ହୋଇଛି ।

ବିନା ଅସୁବିଧାରେ ଋଣ, ସାର, ବିହନ, ଗୋଦାମ ଘର ସୁବିଧା, ଋଣ ସଂଯୋଗିକରଣ, ବଜାର ସୁବିଧା, କୃଷି ଯନ୍ତ୍ରପାତି ଭଡାରେ ଆଣିବା ବ୍ୟବସ୍ଥା ସହିତ ଗୋଟିଏ ଛାତ ତଳେ ମାଇକ୍ରୋ ଏଟିଏମ୍ ସୁବିଧା ସହ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଏକକ ସମାଧାନ କେନ୍ଦ୍ର ରୂପେ ପରିବର୍ତିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । 

୨୦୧୯ ସୁଦ୍ଧା ଖଣିଜ ଦ୍ରବ୍ୟରୁ ରୟାଲିଟି ଆକାରରେ ୭୭୪୭,୬୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ଗତବର୍ଷ ଏହି ସମୟ ମଧ୍ୟରେ ଅଦାୟ ତୁଳନାରେ ୭ ପ୍ରତିଶତ ଅଧିକ । ୨୦୨୦-୨୧ ଶିକ୍ଷା ବର୍ଷରୁ ୩୬ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଉଜ୍ଜ୍ୱଳା ଯୋଜନା ମାଧମରେ ୫.୨୨ କୋଟି ଏଲଇଡି ବଲ ଯୋଗାଇ ଦେଇ ବର୍ଷକୁ ୬ ହଜାର ୭୮୨.୭୬ ମେଗା ୟୁନିଟ ଶକ୍ତି ସଞ୍ଚୟ ହେଉଛି । ଶକ୍ତି ଆବଶ୍ୟକ ପଡୁଥିବା ସମୟରେ ୧୩୫୮ ମେଗାୱାଟ ଶକ୍ତି କମ ବ୍ୟବହୃତ ହେଉଛି । ସରକାର ସମଗ୍ର ରାଜ୍ୟରେ ୧.୬୬ ଲକ୍ଷ ଏଲଇଡି ଟ୍ୟୁବ ଲାଇଟ ଓ ୩୭ ହଜାର ୫୪୨ ଷ୍ଟାର ଚିହ୍ନଟ ପଙ୍ଖା ବିତରଣ କରିଛନ୍ତି ।

  • Tags:

Subscribe

National International State Sports Entertainment