ମେଡିକାଲ କଲେଜ ସ୍ଥାପନ ଦାବୀରେ ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ, ଇନପୁଟ ସବସିଡି ଓ ଫସଲ ବୀମା ପାଇଁ କୁଚିଣ୍ଡାରେ ବନ୍ଦ ପାଳନ
Khabar Odisha:State-Odisha-Nuapada-12hours-strike-for-Medical-college-Demand
ନୂଆପଡ଼ା, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ମେଡିକାଲ କଲେଜ ସ୍ଥାପନ ଦାବୀରେ ବିଭିନ୍ନ ଦଳ ପକ୍ଷରୁ ଆଜି ନୂଆପଡ଼ା ଟାଉନରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି । ଫଳରେ ଯାତାୟତ ଠପ୍ ହୋଇଯାଇଛି ।

ସୂଚନାନୁସାରେ, ନୂଆପଡ଼ା ଜିଲ୍ଲାରେ ଦୀର୍ଘଦିନ ହେବ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ଦାବୀ ଉଠିଥିଲା । କିନ୍ତୁ ଏଯାଏଁ ଦାବୀ ପୂରଣ ନହେବାରୁ ଆଜି ତାତି ଉଠିଛନ୍ତି ନୂଆପଡ଼ାବାସୀ । ବିଭିନ୍ନ ଦଳ ଆଜି ୧୨ଘଣ୍ଟିଆ ନୂଆପଡ଼ା ଟାଉନ ବନ୍ଦ ପାଳନ କରିଛନ୍ତି । ଫଳରେ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାନର ବାନ୍ଧିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକେ । ଫଳରେ ସେଠାରେ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସହର କିମ୍ବା ସହର ବାହାରକୁ ଯିବା ରାସ୍ତାରେ ରାସ୍ତାରୋକ ଥିବାରୁ ଯାନବାହାନ ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି ।

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଇନପୁଟ ସବସିଡି ଓ ଫସଲ ବୀମା ପ୍ରଦାନ ଦାବୀରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

  • Tags:

Subscribe

National International State Sports Entertainment