ଆସନ୍ତାକାଲି ଭୁବନେଶ୍ୱରରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ, ୫୦ଟି ବିଷୟରେ ହେବ ଆଲୋଚନା
Khabar Odisha:State-Odisha-Eastern-CM-meeting-sheduled-Tomorrow-in-Lokaseva-Bhawan
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ ତମ ବୈଠକ । ଅନ୍ତଃରାଜ୍ୟ ଜଳବିବାଦ ସମେତ ୫୦ଟି ବିଷୟରେ ଏହି ବୈଠକରେ ହେବ ଆଲୋଚନା । 

ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ ତମ ବୈଠକ ହେବ । ଏହି ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗଦେବେ । ୪ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେବେ । ଅନ୍ତଃରାଜ୍ୟ ଜଳବିବାଦ ସମେତ ୫୦ଟି ବିଷୟରେ ଏହି ବୈଠକରେ ଆଲୋଚନା ହେବ । ବୈଠକରେ ସମସ୍ତ ବିଷୟ ଆଲୋଚନା ଜରିଆରେ ବହୁ ବିବାଦର ସମାଧାନ ହେବା ସମ୍ଭାବନା ରହିଛି । ପ୍ରସଙ୍ଗ-ବିଦ୍ୟୁତ ସରବରାହ, କୋଇଲା ଖଣି ପରିଚାଳନା ଓ ରୟାଲ୍‌ଟି , ରେଳ ପ୍ରକଳ୍ପ ପାଇଁ ଜମି ଓ ଜଙ୍ଗଲ ମଞ୍ଜୁରୀ , ଗୋ- ଚାଲାଣ , ଅପହଞ୍ଚ ଅଂଚଳରେ ଦୂରସଂଚାର ଓ ବ୍ୟାଙ୍କିଙ୍ଗ ସେବାର ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହେବ ।

  • Tags:

Subscribe

National International State Sports Entertainment