ନକଲି ସୋରିଷ ତେଲ କାରଖାନା ଠାବ, ୫ହଜାର ଲିଟର ତେଲ ଜବତ
Khabar Odisha:State-Odisha-Duplicate-Mustard-Oil-Company-Seized
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡ଼ିଶା):

ନକଲି ଖାଇବା ଘିଅ ପରେ ଏବେ ପୁଣି ସୋରିଷ ତେଲ କାରଖାନା ଠାବ ହୋଇଛି । ପୋଲିସ ଆଜି ମୟୂରଭଞ୍ଜର ଉଦଳା ଅଂଚଳରେ ଚଢାଉ କରି ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ୫ହଜାର ଲିଟର ନକଲି ଓ ଅପମିଶ୍ରିତ ସୋରିଷ ତେଲ ଜବତ କରିଛି । 

ସୂଚନାନୁସାରେ, ଦୀର୍ଘଦିନ ଧରି ମୟୂରଭଞ୍ଜ ଜିଲ୍ଲା ଉଦଳା  ଅଂଚଳରେ  ଥିବା ଏକ ଘରେ ଚାଲିଥିଲା ଏକ ବେଆଇନ ନକଲି ସୋରିଷ ତେଲ କାରଖାନା । କୈାଣସି ଏକ ଗୁପ୍ତ ସୂତ୍ରରୁ ଖବର ପାଇଁ ଆଜି ପୋଲିସ ସେଠାରେ ଚଢାଉ କରିଥିଲା । ସେଠାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ୫ହଜାର ଲିଟର ନକଲି ଓ ଅପମିଶ୍ରିତ ସୋରିଷ ତେଲ ଜବତ କରାଯାଇଛି । ରାଇସ ତେଲର ଲାଇସେନ୍ସ ନେଇ ସେଠାରେ ସୋରିଷ ତେଲର ଡୁପ୍ଲିକେଟ କରି ବିକ୍ରି କରାଯାଉଥିଲା । ଡୁପ୍ଲିକେଟ ତେଲ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ସେଠାରୁ ଜବତ ହୋଇଛି । ନକଲି ସୋରିଷ ତେଲ କାରବାରରେ ସମ୍ପୃକ୍ତ ଥିବା ୩ଜଣ ବ୍ୟବସାୟୀଙ୍କୁ ପୋଲିସ ଅଟକ କରିଛି । 

ଏହି ନକଲି ସୋରିଷ ତେଲ କାରଖାନାରୁ ନକଲି ତେଲ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ପଠାଯାଉଥିବା ଜଣାପଡ଼ିଛି । ଏହି ନକଲି ସୋରିଷ ଖାଇବା ତେଲ ପ୍ରସ୍ତୁତି ପାଇଁ କଞ୍ଚାମାଲ କେଉଁ ଠାରୁ ଆସୁଥିଲା ଜାଣିବା ସହ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ଜାଣିବା ପାଇଁ ପୋଲିସ ଖୋଳତାଡ଼ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

  • Tags:

Subscribe

National International State Sports Entertainment