ଓଡ଼ିଶାରେ ପୁଣି ବିରଳ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ୍‌, ସୁଚିତ୍ରା କିଡନୀ ଦେଇ ବଞ୍ଚାଇ ଦେଲେ ୨ ଜୀବନ
Khabar Odisha:State-Odisha-Cadaveric-Transplant-suchitras-family-members-donated-her-kidndy-to-save-2-life
କଟକ, ଫେବୃଆରୀ ୨୭ (ଖବର ଓଡ଼ିଶା):

ଓଡିଶାରେ ପୁଣି କାଡାଭେରିକ ପଦ୍ଧତିରେ ବିରଳ କିଡନୀ ଅସ୍ତ୍ରୋପଚାର । ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ ପୁଣି  କଟକର ସୁଚିତ୍ରା ନାମକ ଜଣେ ମହିଳା ଅଙ୍କଦାନ କରି ୨ଟି ଜୀବନ ବଞ୍ଚାଇଛନ୍ତି । 

କଟକ ଜିଲ୍ଲା ରାଜା ବଗିଚା ଲେବର କଲୋନୀର ସୁଚିତ୍ରା ଦାସ ନାମକ ଜଣେ ୫୬ ବର୍ଷିୟ ମହିଳା ଗତ ୨୩ ତାରିଖରେ ଦୁର୍ଘଟଣାରେ ଗୁରୁତର  ହୋଇଥିଲେ । ଗୁରୁତର ସୁଚିତ୍ରାଙ୍କୁ ଆପୋଲୋ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଡାକ୍ତର ସୁଚିତ୍ରା ଦାସଙ୍କ ବ୍ରେନ ଡେଡ୍ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକ ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ । ଭୁବନେଶ୍ୱର ପୋଖରୀପୁଟ ଅଂଚଳର ସୁଚିତ୍ରା ଦାସ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇବା ପରେ ତାଙ୍କର ଦୁଇଟି କିଡନୀକୁ ଆବଶ୍ୟକ କରୁଥିବା ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ସୁଚିତ୍ରାଙ୍କ ଗୋଟିଏ କିଡନୀ ଆପୋଲୋରେ ହିଁ ଜଣେ ରୋଗୀଙ୍କ ଦେହରେ ପ୍ରତିରୋପଣ ହୋଇଥିଲା । ଆଉ ଗୋଟିଏ କିଡନୀକୁ ଆମ୍ରି ହସପିଟାଲ ନିଆଯାଇଥିଲା । ସେଠାରେ ଜଣେ ରୋଗୀଙ୍କ ଶରୀରରେ ସୁଚିତ୍ରାଙ୍କ କିଡନୀ ପ୍ରତିରୋପଣ କରାଯାଇଛି । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ ଏବଂ ଆମ୍ରି ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି । ତେବେ ସୁଚିତ୍ରାଙ୍କ ହୃତପିଣ୍ଡ ଓ ଯକୃତକୁ ମଧ୍ୟ ରାଜ୍ୟ ବାହାରେ ରୋଗୀଙ୍କ ଠାରେ ପ୍ରତିରୋପଣ ପାଇଁ ଡାକ୍ତର ଉଦ୍ୟମ କରିଥିଲେ । କିନ୍ତୁ ତାହା ସଫଳ ହୋଇପାରିନାହିଁ । 

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କଟକ ବଡ ମେଡିକାଲ ଓ ଆପୋଲୋରେ ବ୍ରେନ ଡେଡ଼୍ ହୋଇଥିବା ଗଂଜାମର ୨୨ ବର୍ଷିୟ ପ୍ରିୟଙ୍କାଙ୍କ ଅଙ୍ଗଦାନ ସହ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା ।

  • Tags:

Subscribe

National International State Sports Entertainment