ପୁଣି ଦୁର୍ନୀତି ଉପରେ ପ୍ରହାର: ୨ଅଫିସରଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର
Khabar Odisha:State-Odisha-2Officers-got-Compulsory-Retirement-for-Courruption
ଭୁବନେଶ୍ୱର, ଅକ୍ଟୋବର ୧୦(ଖବର ଓଡ଼ିଶା):

ପୁଣି ୨ଜଣ ସରକାରୀ ଅଫିସରଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର । ୨ଜଣ ଯନ୍ତ୍ରୀଙ୍କୁ ଆଜି ମିଳିଛି ବାଧ୍ୟତାମୂଳକ ଅବସର । ଦୁର୍ନୀତି ଅଭିଯୋଗରେ ଏହି ବାଧ୍ୟତାମୂଳକ ଅବସର ନେଲେ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରୀପାଠୀ । 

କଟକ ଓ ଭୁବନେଶ୍ୱର ଭିଜିଲାନ୍ସ ହାତରେ ପ୍ରାଣକୃଷ୍ଣ ପ୍ରସାଦ ଧରାପଡ଼ିଥିଲେ । ଭିଜିଲାନ୍ସ ଜାଂଚର ପ୍ରମାଣ ମିଳିବା ପରେ ପ୍ରାଣକୃଷ୍ଣଙ୍କୁ ଆରଡବ୍ଲୁ ବିଭାଗର ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ଦର୍ଶାଯାଇଛି ।  ତାଙ୍କୁ ସେ ବର୍ତ୍ତମାନ ଅନୁଗୁଳ ଆରଡବ୍ଲୁ କ୍ୱାଲିଟି କଣ୍ଟ୍ରୋଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ସେହିପରି କୋରାପୁଟ ଭିଜିଲାନ୍ସ ହାତରେ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରୀପାଠୀ ୪ ଥର ଧରାପଡ଼ିଥିଲେ । ଉମେଶଙ୍କୁ ଅଭ୍ୟାସଗତ ଦୁର୍ନୀତିଗ୍ରସ୍ତ ଅଫିସର ଦର୍ଶାଯାଇ ଚାକିରିରୁ ବିଦା କରାଯାଇଛି ।

  • Tags:

Subscribe

National International State Sports Entertainment