୨୭ ବର୍ଷର ମରୁଡ଼ି ଶେଷ: ଗ୍ରୀକୋ ରୋମଣରେ ଇତିହାସ ରଚିଲେ ସୁନୀଲ କୁମାର, ଆଣିଲେ ସ୍ୱର୍ଣ୍ଣ
Khabar Odisha:Sports-Asian-wrestling-championships-Sunil-Kumar-wins-India-first-Greco-roman-gold-in-27-years

ନୂଆଦିଲ୍ଲୀ, ଫେବୃଆରୀ ୧୯ (ଖବର ଓଡ଼ିଶା): ଭାରତର ସୁନୀଲ କୁମାର ମଙ୍ଗଳବାର ଏଠାରେ ଆରମ୍ଭ ହୋଇଥିବା ଏସୀୟ କୁସ୍ତି ଚାମ୍ପିଅନଶିପର ପ୍ରଥମ ଦିନ ଗ୍ରୀକୋ ରୋମଣର ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିଣି ଇତିହାସ ରଚିଛନ୍ତି । ସୁନୀଲ ଗ୍ରୀକୋ ରୋମଣ ଜିତିବାରେ ତୃତୀୟ ଭାରତୀୟ ହୋଇପାରିଛନ୍ତି । ରୋମ ରେକିଂ ଶୃଙ୍ଖଳାର ରୌପ୍ୟ ପଦକ ବିଜେତା ସୁନୀଲ ଫାଇନାଲରେ କିର୍ଗିସ୍ତାନର ଅଜତ ସଲିଦିନୋଚଭଙ୍କୁ ଏକତରଫା ମୁକାବିଲାରେ ୫-୦ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ସୁନୀଲ ୨୦୧୯ରେ ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । କିନ୍ତୁ ଏଥର ସେ ବହୁ ପରିଶ୍ରମ କରି ପଦକ ଆଣିବାରେ ସଫଳ ହୋଇଛନ୍ତି ।

ସୁନୀଲ ଏଥି ସହ ଗ୍ରୀକୋ ରୋମଣରେ ସ୍ୱର୍ଣ୍ଣ ପଦକ ବିଜୟୀ ହେବା ପରେ ଭାରତର ୨୭ ବର୍ଷର ମରୁଡ଼ିକୁ ଶେଷ କରିଛନ୍ତି । ସୁନୀଲଙ୍କ ପୂର୍ବରୁ ପପୁ ଯାଦବ ଗ୍ରୀକୋ ରୋମଣରେ ସ୍ୱର୍ଣ୍ଣ ପଦକ ଆଣିଥିଲେ । ସୁନୀଲ ଏହା ପୂର୍ବରୁ କ୍ୱାର୍ଟର ଫାଇନାଲରେ ଜାପାନର ତାକାହିରୋ ସୁରୁଦାଙ୍କୁ ୮-୨ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନାଲରେ ସେ କାଜକିସ୍ତାନର ଅଜମତ କୁସ୍ତାବାୟେବଙ୍କୁ ୧୨-୮ରେ ପରାସ୍ତ କରି ଫାଇନାଲ ପହଞ୍ଚିଥିଲେ । 

 

  • Tags:

Subscribe

National International State Sports Entertainment