ନୂଆଦିଲ୍ଲୀ, ଜାନୁଆରୀ 13 (ଖବର ଓଡ଼ିଶା):
ଚିନ୍ତାରେ ଏବେ ପଡ଼ିଯାଇଛନ୍ତି ଗରିବଙ୍କ ଭଗବାନ ସୋନୁ ସୁଦ୍ । ସୋନୁ ସୁଦ ବେଆଇନ ଭାବେ ୩ ମହଲା ଏକ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ କରି ବିଏମ୍ସି ସୋନୁଙ୍କୁ ନୋଟିସ ପଠାଇଥିଲା । ଯାହାର ଶୁଣାଣୀ ବମ୍ବେ ହାଇକୋର୍ଟରେ ବୁଧବାର ଦିନ କରାଯିବ । ତେବେ ଶୁଣାଣି ପୁର୍ବରୁ ଅଭିନେତା ସୋନୁ ଆଜି ଏନ୍ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ ସୁଦ ବେଆଇନ ଭାବେ ଏକ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ କରି ସୋନୁ ଜୁହୁରେ ଏକ କୋଠାକୁ ହୋଟେଲରେ ପରିଣତ କରିବା ବେଆଇନ ଦର୍ଶାଇ ବିଏମ୍ସି ନୋଟିସ ଜାରି କରିଥିଲା । ଏହାପରେ ସୋନୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।