ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ
Khabar Odisha:Someone-murdered-to-a-teacher
ଭୁବନେଶ୍ୱର, ଜୁଲାଇ 9( ଖବର ଓଡ଼ିଶା):

 ଦିନ ଦ୍ୱିପ୍ରହରରେ ନିର୍ମମ ହତ୍ୟା। ରାସ୍ତା ଉପରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । 

ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଜଣେ ଶିକ୍ଷୟିତ୍ରୀ ବାଇକ୍‌ରେ ଆସୁଥିଲେ।  ଏହି ସମୟରେ ଜଣେ ଦୁର୍ବୃତ୍ତ ଶିକ୍ଷୟିତ୍ରୀଙ୍କୁ  ଗୋଡ଼ାଇ ଗୋଡ଼ାଇ ହାଣି ଦେଇଛି  । ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀ ଜଣକଙ୍କ ମୃତ୍ୟୁ ଘଟିଛି।ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ସେହିପରି ଶିକ୍ଷକ ମୋହିନୀ ମୋହନଙ୍କୁ ମଧ୍ୟ ଆକ୍ରମଣ ହୋଇଛି ।ସେ ଆହତ ହୋଇଛନ୍ତି । କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି ।

 ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟ ଜଣାପଡ଼ି ନାହିଁ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Tags:

Subscribe

National International State Sports Entertainment