ମହିଳା ଟି -୨୦ ଚ୍ୟାଲେଞ୍ଜରେ ଖେଳିବାକୁ ଶାଫାଲୀ ଉତ୍ସାହିତ
Khabar Odisha:Shafali-is-excited-to-play-in-the-Womens-T20-Challenge
ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା):

ଭାରତୀୟ ମହିଳା କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ୍ ଶାଫାଲୀ ଭର୍ମା ମଙ୍ଗଳବାର ଦିନ ହେବାକୁ ଥିବା ମହିଳା ଟି -୨୦ ଚ୍ୟାଲେଞ୍ଜରେ ଖେଳିବାକୁ ଉତ୍ସାହିତ ଥିବା କହିଛନ୍ତି ।

 ୟୁଏଇରେ ଏହି ମହିଳା ଟି -୨୦ ଚ୍ୟାଲେଞ୍ଜ ତିନୋଟି ଦଳକୁ ନେଇ ଖେଳାଯିବ ବୋଲି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ନିଶ୍ଚିତ କରିଛି ।

 ବିଶ୍ୱକପ ଫାଇନାଲ ଖେଳିବାରେ ସର୍ବକନିଷ୍ଠ ଖେଳାଳି ଥିବା ଶାଫାଲୀ ତାଙ୍କର ସମସ୍ତ ସାଥୀଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିବା ସହ ଆଗାମୀ ମହିଳା ଟି -୨୦ ଚ୍ୟାଲେଞ୍ଜରେ ପୁଣି ଥରେ ଖେଳିବାକୁ ବହୁତ ଉତ୍ସାହିତ ଅଛନ୍ତି ବୋଲି ନିଜ ଟ୍ୱିଟରେ ଲେଖିଛନ୍ତି ।

ରବିବାର ଦିନ ବିସିସିଆଇ ନିଶ୍ଚିତ କରିଛି ଯେ ୟୁଏଇରେ ମହିଳା ଟି -୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ ଏବଂ ଆଇପିଏଲ ପ୍ଲେଅଫ ସପ୍ତାହରେ ଏହା ଖେଳାଯିବ ।

ମିତାଲି ରାଜ, ଝୁଲନ ଗୋସ୍ୱାମୀ, ସ୍ମିତି ମନ୍ଦାନା, ଏବଂ ବେଦା କୃଷ୍ଣମୂର୍ତ୍ତିଙ୍କ ପରି ଅନେକ ଭାରତୀୟ ତାରକା ମହିଳା ଟି -୨୦ ଚ୍ୟାଲେଞ୍ଜକୁ ସ୍ୱାଗତ କରିଛନ୍ତି ।

 ଆସନ୍ତା ବର୍ଷ ନ୍ୟୁଜିଲ୍ୟାଣ୍ଡରେ ଖେଳାଯିବାକୁ ଥିବା ୫୦ ଓଭର ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ମହିଳା ଦଳକୁ କିଛି ମ୍ୟାଚ୍ ଅଭ୍ୟାସ ଯୋଗାଇବ ବୋଲି ଆଶା କରାଯାଉଛି ।

  • Tags:

Subscribe

National International State Sports Entertainment