ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ପ୍ରେମିକ ସନ୍ତୋଷ
Khabar Odisha:Santoshs-boyfriend-appeared-at-the-police-station-in-connection-with-the-death-of-tele-actress-Rashmirekha
ଭୁବନେଶ୍ଵର , ଜୁନ୍ 24 (ଖବର ଓଡ଼ିଶା):

ଭୁବନେଶ୍ୱର ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ଘଟଣା ଦିନକୁ ଦିନ ଅତି ରହସ୍ୟମୟ ହେବାରେ ଲାଗିଛି । ଗତକାଲି ପୁର୍ବତମ ପୁରୁଷ ବନ୍ଧୁ ଥାନାରେ ହାଜର ହୋଇଥିବା ବେଳେ ଆଜି ରଶ୍ମିରେଖାଙ୍କ ସ୍ୱାମୀ କୁହାଯାଉଥିବା ସନ୍ତୋଷ ପାତ୍ର ଆଜି ଥାନାରେ ହାଜର ହୋଇଛନ୍ତି ।

ଏସିପିଙ୍କ ନେତୃତ୍ୱରେ ସନ୍ତୋଷଙ୍କୁ ପଚରାଉଚରା କରାଯାଉଛି ।ଗତକାଲି ଯେତେବେଳେ ପୁର୍ବ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲା ସେତେବେଳେ ଏହି ଘଟଣାରେ ସେ କିଛି ନଜାଣିବା ସହ କେବଳ ୪ ମାସ ପାଇଁ ସମ୍ପର୍କ ଥିବା କହିଥିଲେ ଏବଂ ଭିନ୍ନ ଭିନ୍ନ ଦିଗ ଆଡ଼ୁ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା ।

ତେବେ ପୁଣି ଥରେ ଜେରା କରାଯିବ ବୋଲି ମଧ୍ୟ ଏସିପି ସୁଚନା ଦେଇଥିଲେ । ସୁଚନା ଅନୁସାରେ ଗତ  ୧୯ ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ।

‘‘ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ତଦନ୍ତ ଯାଇ କରିଥିଲା । ସେଠାରୁ ଏକ ହାତ ଲେଖା ଚିଠି ଓ ଲାପ୍‌ଟପ୍ ମଧ୍ୟ ମିଳିଥିଲା । ରଶ୍ମିରେଖା ଡିପ୍ରେସନରେ ଥିବା ପରି ଜଣାପଡ଼ିଥିବା ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

ତେବେ ମୃତଦେହରେ କିଛି ଆଘାତ ଚିହ୍ନ ନାହିଁ କି ନିଜ ହାତ ଲେଖା ଚିଠିରେ କାହାକୁ ଅଭିନେତ୍ରୀ ଦାୟୀ କରିନଥିଲେ ।

  • Tags:

Subscribe

National International State Sports Entertainment