ପଞ୍ଚକୁଲା: ହରିୟାଣା ପଞ୍ଚକୁଲାର ସେକ୍ଟର-୨୭ରେ ମଙ୍ଗଳବାର ସକାଳୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ଡେରାଡୁନରୁ ଆସିଥିବା ଏକ ପରିବାରର ୭ ଜଣ ସଦସ୍ୟ କାରରେ ବିଷପିଇ ଜୀବନ ହାରିଛନ୍ତି। ମୃତକଙ୍କ ମଧ୍ୟରେ ଡେରାଡୁନର ବାସିନ୍ଦା ପ୍ରବୀଣ ମିତ୍ତଲ (୪୨), ପ୍ରବୀଣଙ୍କ ବାପା-ମା, ପ୍ରବୀଣଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ସମେତ ତିନି ପିଲା ଅଛନ୍ତି।
କୁହାଯାଉଛି ଯେ ସମସ୍ତଙ୍କ ମୃତଦେହ ସେକ୍ଟର ୨୭ର ଏକ ଘର ବାହାରେ ରାସ୍ତାରେ ପାର୍କିଂ ହୋଇଥିବା ଏକ କାରରେ ବନ୍ଦ ହୋଇ ପଡିଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପରିବାରଟି ବହୁତ ଋଣଗ୍ରସ୍ତ ଥିଲା। ତେଣୁ ସେମାନେ ଏହି ପଦକ୍ଷେପ ନେଇଥିଲେ।ଏହି ହୃଦୟବିଦାରକ ଘଟଣା ଯୋଗୁଁ ସମସ୍ତେ ମର୍ମାହତ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୋଟିଏ ପରିବାରର ୭ ଜଣ ସଦସ୍ୟ କାରରେ ବିପିଇ ଜୀବନ ହାରିଛନ୍ତି। ପଞ୍ଚକୁଲାର ସେକ୍ଟର ୨୭ରେ ଏକ ଘର ବାହାରେ ରାସ୍ତାରେ ପାର୍କିଂ ହୋଇଥିବା ଏକ କାରରେ ସମସ୍ତଙ୍କ ମୃତଦେହ ବନ୍ଦ ଅବସ୍ଥାରେ ମିଳିଥିଲା। ପୀଡିତ ପରିବାରର ଲୋକମାନେ ଡେରାଡୁନର ବାସିନ୍ଦା ଥିଲେ। କୁହାଯାଉଛି ଯେ ପରିବାର ସଦସ୍ୟମାନେ ଋଣଗ୍ରସ୍ତ ଥିଲେ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲେ।
ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ବର୍ତ୍ତମାନ, ସମସ୍ତ ସାତଟି ମୃତଦେହକୁ ପଞ୍ଚକୁଲାର ଘରୋଇ ହସ୍ପିଟାଲର ଶବାଗୃହରେ ରଖାଯାଇଛି। ପଞ୍ଚକୁଲା ଡିସିପି ହିମାଦ୍ରି କୌଶିକ ଏବଂ ଡିସିପି ଆଇନ ଏବଂ ଶୃଙ୍ଖଳା ଅମିତ ଦହିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ନିୟୋଜିତ ଅଛନ୍ତି। ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପାଇଁ ନମୁନା ସଂଗ୍ରହ କରିଛି।
ପଞ୍ଚକୁଲା ଡିସିପି ହିମାଦ୍ରି କୌଶିକ କହିଛନ୍ତି ଯେ ଗୋଟିଏ ପରିବାରର ୭ ଜଣ କାରରେ ବିଷ ପିଇ ଜୀବନ ହାରିଛନ୍ତି। ଏହି ପରିବାର ଡେରାଡୁନରୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ହନୁମାନ କଥାରେ ଯୋଗଦେବାକୁ ଆସିଥିଲେ। ପରିବାର ବହୁତ ଋଣଗ୍ରସ୍ତ ଥିଲା। ହୁଏତ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଅଧିକ ପଢ଼ନ୍ତୁ: ଚୀନର ନିର୍ଦ୍ଦେଶରେ ଭାରତ ସହ ପାକିସ୍ତାନ ସଂଘର୍ଷ କରିଥିଲା କି?