ଲକ୍ଷାଧିକ ଟଙ୍କାର ନକଲି ଗୁଟଖା ଜବତ କଲା ଏସଟିଏଫ, ଜଣେ ଗିରଫ
Khabar Odisha:STF-seizes-millions-of-rupees-in-fake-tabaco-in-Khurda
ଖୋର୍ଦ୍ଧା, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା):

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଜାହାଙ୍ଗିରପାଟଣା ଗ୍ରାମରେ ଏସଟିଏଫର ଚଢାଉ । ଲକ୍ଷାଧିକ ଟଙ୍କାର ନକଲି ଜର୍ଦା ଜବତ କରିଛି ଏସଟିଏଫ ଟିମ୍ । ଏହା ସହ ନକଲି ଜର୍ଦା କାରବାର ଅଭିଯୋଗରେ ଜାହାଙ୍ଗିରପାଟଣା ଗ୍ରାମର ଲକ୍ଷ୍ମୀଧର ସାହୁକୁ ଗିରଫ କରିଛି । କୌଣସି ସୂତ୍ରରୁ ସୂଚନା ପାଇବାପରେ ଏସଟିଏଫ ଡିଏସପି ପ୍ରବିଣ ତ୍ରିପାଠିଙ୍କର ଏକ ଟିମ୍ ଗ୍ରାମରେ ଚଢାଉ କରିଥିଲା । ଚଢାଉ ସମୟରେ ଲକ୍ଷ୍ମୀଧର ଘରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦା, ଗୁଟଖା ଜବତ ହୋଇଥିଲା । ଲକ୍ଷ୍ମୀଧରକୁ ଗିରଫ କରିଛି ଏସଟିଏଫ ପୋଲିସ୍ ।

  • Tags:

Subscribe

National International State Sports Entertainment