ଓଡ଼ିଶାରେ ରେକର୍ଡ : ରାଜ୍ୟରେ ପୁଣି ସୁସ୍ଥ ହେଲେ ୩୦୩ ଜଣ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୭୦୦୬ କୁ ବୃଦ୍ଧି
Khabar Odisha:Record-number-of-Corona-pateint-cured-in-Odisha
ଭୁବନେଶ୍ୱର, ଜୁଲାଇ ୮ ( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ପୁଣି ସୁସ୍ଥ ରେ ରେକର୍ଡ। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୩୦୩ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଚିନ୍ତା ବଢୁଛି । ଏହାରି ମଧ୍ୟରେ ଆକ୍ରାନ୍ତ ସୁସ୍ଥ ହେଉଥିବା ଖୁସି ଖବର ମଧ୍ୟ ଆସୁଛି । ଆଜି ଏକାଥରେ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ୩୦୩ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୧୨୦ ଜଣ ଥିବା ବେଳେ ୪୬ ଯାଜପୁର, ୨୮ ଖୋର୍ଦ୍ଧା, ୨୧ ଜଣ କଟକ ଓ ୧୪ ରୋଗୀ ନୟାଗଡରୁ, ନବରଙ୍ଗପୁର ଜିଲ୍ଲାରୁ ୯ ଜଣ, ପୁରୀରୁ ୭, ବରଗଡରୁ ୬,ଢେଙ୍କାନାଳ ଝାରସୁଗୁଡା ଓ ମୟୁରଭଞ୍ଜରୁ ୫ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।  ସେହିପରି ଅନୁଗୁଳରୁ ୪, ନୂଆପଡରୁ ୪, ବାଲେଶ୍ଵର, କେନ୍ଦ୍ରାପଡା ଓ ସମ୍ଵଲପୁରରୁ ୩ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ବଲାଙ୍ଗୀର, ଜଗତସିଂହପୁର, କୋରାପୁଟ ଓ ମାଲକାଗନିଗିରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ଏହି ନୂଆ ୩୦୩ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା  ୭ ହଜାର ୦୦୬ କୁ ବୃଦ୍ଧି ପାଇଛି ।

  • Tags:

Subscribe

National International State Sports Entertainment