ଦାନା ବାନ୍ଧୁଛି ଲଘୁଚାପ : ୯ ତାରିଖରୁ ପ୍ରବଳ ବର୍ଷା, ୧୧ ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା
Khabar Odisha:Rain-possibility-in-Odisha
ଭୁବନେଶ୍ୱର, ଜୁନ ୫ ( ଖବର ଓଡ଼ିଶା):

 ଆସନ୍ତା ୮ ତାରିଖରେ ପୁଣି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ଏହାର ପ୍ରଭାବରେ ଆସନ୍ତା ୧୦,୧୧ ବେଳେ ଓଡିଶା ଛୁଇଁପାରେ ମୌସୁମୀ ।

୮ ତାରିଖ ବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାକୁ ଯାଉଛି । ଏହାର ପ୍ରଭାବରେ ୯ରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ଲଘୁଚାପ ପାଇଁ ୧୦ କିମ୍ବା ୧୧ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ ।  ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ବର୍ଷା ଜାରି ରହିବ।

  • Tags:

Subscribe

National International State Sports Entertainment