ଲାହୋର: ଚାମ୍ପିଅନ୍ସ ଟ୍ରଫି- ୨୦୨୫ ପୂର୍ବରୁ ପାକିସ୍ତାନ ଆୟୋଜକ ଭାବରେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଏକ ତ୍ରି-ସିରିଜ ଖେଳାଯାଉଛି। ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଶନିବାର ଖେଳାଯାଇଥିଲା। ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଅଲରାଉଣ୍ଡର ରାଚିନ ରବିନ୍ଦ୍ରଙ୍କ ମୁହଁରେ ଗମ୍ଭୀର ଆଘାତ ଲାଗିଥିଲା। ଆଘାତ ପରେ ତୁରନ୍ତ ରାଚିନଙ୍କ ପାଟିରୁ ରକ୍ତ ବୋହିବା ଆରମ୍ଭ ହୋଇଗଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି।
ବଲକୁ ଧରିବାକୁ ଚେଷ୍ଟା କରିବା ସମୟରେ ରାଚିନ ଆହତ ହୋଇଥିଲେ। ମ୍ୟାଚ୍ର ଦ୍ୱିତୀୟ ଇନିଂସ୍ର ୩୮ତମ ଓଭରରେ, ପାକିସ୍ତାନର ଖୁସଦିଲ୍ ଶାହ କିୱି ବୋଲର ମାଇକେଲ୍ ବ୍ରେସୱେଲଙ୍କ ବଲ୍ରେ ଏକ ସ୍ୱିପ୍ ସଟ୍ ଖେଳିଥିଲେ। ବଲଟି ସିଧା ସଚିନ ରବିନ୍ଦ୍ରଙ୍କ ପାଖକୁ ଯାଇଥିଲା। ରାଚିନ୍ କ୍ୟାଚ୍ ନେବାକୁ ପ୍ରସ୍ତୁତ ହେଲେ, କିନ୍ତୁ ସେ ବଲ୍କୁ ଠିକ୍ ଭାବରେ ବିଚାର କରିପାରିଲେ ନାହିଁ ଏବଂ ବଲ୍ ସିଧା ତାଙ୍କ ମୁହଁରେ ବାଜିଲା।
ବଲ୍ ବାଜିବା ପରେ, ରାଚିନ୍ ସେଠାରେ ବସିପଡ଼ିଲେ ଏବଂ ତାଙ୍କ ମୁହଁରୁ ପାଣି ପରି ରକ୍ତ ବହିବାକୁ ଲାଗିଲା। ଏହା ଦେଖି ଫିଜିଓ ତୁରନ୍ତ ପଡ଼ିଆକୁ ଆସିଲେ ଏବଂ ରାଚିନଙ୍କ ମୁହଁରେ ଏକ ଗାମୁଛା ଗୁଡ଼ାଇ ତାଙ୍କୁ ପଡ଼ିଆ ବାହାରକୁ ନେଇଗଲେ। ଏହା ପରେ ରାଚିନଙ୍କୁ ଚିକିତ୍ସା କରାଯାଇଥିଲା।
ରାଚିନ ରବିନ୍ଦ୍ର ଚାମ୍ପିଅନ୍ସ ଟ୍ରଫି ଦୃଷ୍ଟିରୁ ଜଣେ ବହୁତ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୨୯ଟି ଦିନିକିଆ ଖେଳିଛନ୍ତି। ଏହି ମ୍ୟାଚ୍ର ୨୫ ଇନିଂସରେ, ରାଚିନ୍ ୪୦.୪୧ ହାରରେ ୯୭୦ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୩ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ, ରାଚିନ ୨୧ ଇନିଂସରେ ବୋଲିଂ କରିବା ସମୟରେ ୧୮ ୱିକେଟ୍ ମଧ୍ୟ ନେଇଛନ୍ତି। ସେ ୨୦୨୩ ମସିହାରେ ଭାରତ ମାଟିରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୫୦ ଓଭରରେ ୩୩୦/୬ ରନ୍ କରିଥିଲା। ଏହି ସମୟରେ, ଗ୍ଲେନ୍ ଫିଲିପ୍ସ ଦଳ ପାଇଁ ୭୪ ବଲ୍ରେ ୬ ଚୌକା ଏବଂ ୭ ଛକା ସହାୟତାରେ ୧୦୬* ରନ୍ର ଇନିଂସ ଖେଳିଥିଲେ। ଏହା ପରେ ପାକିସ୍ତାନ ଟାର୍ଗେଟକୁ ପିଛା କରିବାକୁ ବାହାରିଥିଲା ଏବଂ ୪୭.୫ ଓଭରରେ ୨୫୨ ରନରେ ଅଲଆଉଟ୍ ହୋଇଗଲା।
ଅଧିକ ପଢ଼ନ୍ତୁ: ୪୦୦୦ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶିକ୍ଷା ବିଭାଗ