ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ସରସଂଘଚାଳକ ମୋହନ ଭାଗବତ ଗୁରୁବାର ୭୫ ବର୍ଷ ବୟସରେ ପାଦ ଥାପିଛନ୍ତି। ସେ ୧୬ ବର୍ଷରୁ ଅଧିକ ସମୟ ଧରି ସଂଘର ମୁଖ୍ୟ ଅଛନ୍ତି। ସେ ୧୯୫୦ ମସିହା ଆଜିର ଦିନରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳର ଅବଧି ଦୃଷ୍ଟିରୁ ଏମ୍ଏସ୍ ଗୋଲୱାଲକର ଏବଂ ମଧୁକର ଦତ୍ତାତ୍ରେୟ ଦେଓରସ (ବାଳାସାହେବ)ଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି।
ଆରଏସ୍ଏସ୍ର ତୃତୀୟ ମୁଖ୍ୟ ବାଲାସାହେବ ୨୦ ବର୍ଷରୁ ଅଧିକ ସମୟ ପାଇଁ ଏହି ଶୀର୍ଷ ପଦବୀରେ ରହିଥିଲେ, ଯେତେବେଳେ ଦ୍ୱିତୀୟ ସରସଂଘଚାଳକ ଗୋଲୱାଲକର ୩୨ ବର୍ଷରୁ ଅଧିକ ସମୟ ପାଇଁ ସଂଗଠନର ନେତୃତ୍ୱ ନେଇଥିଲେ।
ଭାଗବତ ପ୍ରାୟ ୫୦ ବର୍ଷ ପୂର୍ବେ ଆରଏସ୍ଏସ୍ ପ୍ରଚାରକ ଭାବରେ କାମ ଆରମ୍ଭ କରିଥିଲେ ଏବଂ ୨୦୦୯ ମାର୍ଚ୍ଚରେ ଏହାର ସରସଂଘଚାଳକ (ମୁଖ୍ୟ) ହୋଇଥିଲେ। ତାଙ୍କ ପିତା ମଧୁକରରାଓ ଭାଗବତ ମଧ୍ୟ ଜଣେ ପ୍ରଚାରକ ଅର୍ଥାତ୍ ପୂର୍ଣ୍ଣକାଳୀନ ଆରଏସଏସ କର୍ମୀ ଥିଲେ।
ଅଧିକ ପଢ଼ନ୍ତୁ: ଗୁଳିମାଡ଼ରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କ ମୃତ୍ୟୁ