ଭୁବନେଶ୍ୱର: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ଅପରାହ୍ଣରେ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି। ଗଜପତି ମହାରାଜ ପୁରୀ ପୌରପାଳିକା ଅଧିନ ଦୋଳଗୋବିନ୍ଦସାହିସ୍ଥିତ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ମତଦାନ କରିଛନ୍ତି। ଏହି ଅବସରରେ ଗଜପତିଙ୍କ ପରି ମହାରାଣୀ ମଧ୍ୟ ଭୋଟ୍ ଦେଇଛନ୍ତି। ଗଜପତି ମହାରାଜ ମତଦାନ କରିବା ସହ ଅନ୍ୟ ମତଦାତାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଏହା ପୂର୍ବରୁ ଆଜି ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଥିଲେ। ସେ ସ୍ଥାନୀୟ ଏରୋଡ୍ରମ୍ ୟୁପି ସ୍କୁଲରେ ମତଦାନ କରିଥିଲେ । ଗଣମାଧ୍ୟମର ପ୍ରିତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେି, ଭୋଟ୍ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ବିଶେଷ ଭାବେ ଯୁବ ଭୋଟରଙ୍କୁ ଅନୁରୋଧ କରୁଛ। ମଜବୁତ ଗଣତନ୍ତ୍ର ପାଇଁ ସମସ୍ତେ ଭୋଟ୍ ଦିଅନ୍ତୁ।
ସୂଚନାଯୋଗ୍ୟ ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ଏହି ଦଫାରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଏବଂ ଏହାରି ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।