ପୁଣି ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ, ଭଦ୍ରକ ଦଳୀୟ କାର୍ଯ୍ୟାଳୟରେ ୨ଗୋଷ୍ଠୀ ହାତାହାତି
Khabar Odisha:Politics-Odisha-2-groups-Fight-in-Bhadrak-Congress-party-office
ଭଦ୍ରକ, ଫେବୃଆରୀ ୧୮(ଖବର ଓଡ଼ିଶା):

ପୁରୀ ପରେ ଏବେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୨ ଗୋଷ୍ଠୀ ହାତାହାତି । ଭଦ୍ରକ ଜିଲ୍ଲା କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ହାତାହାତି ହୋଇଛନ୍ତି । 

କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ନିରଞ୍ଜନ ପଟ୍ଟନାୟକ ଗସ୍ତ ପୂର୍ବରୁ ମଧ୍ୟ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ସେଠାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତଙ୍କ ଉପରେ ଗୋଟିଏ ଗୋଷ୍ଠୀ ଆକ୍ରମଣ କରିଥିଲେ । ଏନେଇ ଭଦ୍ରକ ଟାଉନଥାନାରେ ଏତଲା ଦିଆଯାଇଛି । ବର୍ତ୍ତମାନ କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥିତି ଉପରେ ନଜର ରଖିଛି ।

  • Tags:

Subscribe

National International State Sports Entertainment