କାଳିଆ ବୋଦା ଶ୍ମଶାନରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପନ୍ନ
Khabar Odisha:Padma-Shri-D-Prakash-Raos-national-honors-at-Kalia-Boda-Cemetery
କଟକ, ଜାନୁଆରୀ ୧୪ (ଖବର ଓଡ଼ିଶା)

କଟକ କାଳିଆ ବୋଦା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ଓ ଗାର୍ଡ଼ ଅଫ ଅନର ଦିଆଯିବା ସହ ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ ଶେଷକୃତ୍ୟ ଶେଷ ହୋଇଛି । ପ୍ରକାଶ ରାୟଙ୍କ ଝିଅ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଶେଷଯାତ୍ରା ସମୟରେ ରାଜ୍ୟର ବହୁ ବିଶେଷ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତେବେ ୨୦ ଦିନ ତଳେ କରୋନାରେ ଆକ୍ରାନ୍ତ ହେବା ସହ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ପ୍ରକାଶ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ,  କଟକରେ ଏକ ଚାହା ଦୋକାନ କରି ବହୁ ସ୍ୱଳ୍ପ ରୋଜଗାରରେ ବସ୍ତି ପିଲାଙ୍କୁ ପ୍ରକାଶ ରାଓ ପାଠ ପଢାଉଥିଲେ । ଏହାସହ ସେ ୨୦୦ରୁ ଅଧିକ ଥର ରକ୍ତ ଦାନ ମଧ୍ୟ କରିଛନ୍ତି । ଏହି ତ୍ୟାଗ ଓ ସମାଜ ପାଇଁ କରିଥିବା କାର୍ଯ୍ୟ ଯୋଗୁଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ସେ ଜଣେ ଭଦ୍ର ଓ ନମ୍ର ବ୍ୟକ୍ତି ଥିଲେ  

  • Tags:

Subscribe

National International State Sports Entertainment