ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୋମବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୩୦ ଲକ୍ଷ ଚାଷୀ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୨୦୦ କୋଟି ଟଙ୍କା ଜମା କରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ୧୧୫୬ କୋଟି ଟଙ୍କା, ରାଜସ୍ଥାନର ୭ ଲକ୍ଷ ଚାଷୀଙ୍କୁ ୧୧୨୧ କୋଟି ଟଙ୍କା, ଛତିଶଗଡ଼ର ଚାଷୀମାନଙ୍କୁ ୧୫୦ କୋଟି ଟଙ୍କା ଏବଂ ଅନ୍ୟ ରାଜ୍ୟର ଚାଷୀ ହିତାଧିକାରୀଙ୍କୁ ୭୭୩ କୋଟି ଟଙ୍କା ଜମା କରାଯିବ।
ରାଜସ୍ଥାନର ଝୁନଝୁନୁରେ ଏକ କାର୍ଯ୍ୟକ୍ରମରେ ଏହି ରାଶି ହିତାଧିକାରୀଙ୍କୁ ବଣ୍ଟନ କରାଯିବ। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବ୍ୟତୀତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କିରୋରି ଲାଲ ମୀନା ମଧ୍ୟ ଏଥିରେ ପ୍ରମୁଖ ଭାବରେ ଉପସ୍ଥିତ ରହିବେ।
ପ୍ରକାଶିତ ସୂଚନା ଅନୁଯାୟୀ, ଖରିଫ ଋତୁ-୨୦୨୫ରୁ ରାଜ୍ୟ ସରକାରଙ୍କ ସବସିଡି ଯୋଗଦାନରେ ବିଳମ୍ବ ପାଇଁ ୧୨ ପ୍ରତିଶତ ଜରିମାନା ଲାଗୁ କରାଯିବା ନିଷ୍ପତ୍ତି ନିଆଯାଇଛି ଏବଂ ସେହିପରି, ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଦେୟ ଦେବାରେ ବିଳମ୍ବ ପାଇଁ, କମ୍ପାନୀଗୁଡ଼ିକୁ ଚାଷୀମାନଙ୍କୁ ୧୨ ପ୍ରତିଶତ ଜରିମାନା ଦେବାକୁ ପଡିବ।
ଅଧିକ ପଢ଼ନ୍ତୁ: ଯୁଦ୍ଧ ଅଭ୍ୟାସ କରିବେ ଭାରତ ଏବଂ ପାକିସ୍ତାନର ନୌସେନା