ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ରବିବାର କହିଛନ୍ତି ଯେ ମିଳିତ ଜାତିସଂଘ ପରମାଣୁ ନୀରିକ୍ଷଣ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ସୋମବାର ଆଲୋଚନା ପାଇଁ ଇରାନ ଗସ୍ତ କରିବେ। କିନ୍ତୁ ପରମାଣୁ ସ୍ଥାନ ପରିଦର୍ଶନ କରିବାର କୌଣସି ଯୋଜନା ନାହିଁ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ସଂଘର୍ଷ ଏବଂ ଏହି ସମୟ ମଧ୍ୟରେ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ ପରଠାରୁ ଇରାନ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ନିରୀକ୍ଷକମାନଙ୍କୁ ପରମାଣୁ ସ୍ଥାନ ନିରୀକ୍ଷଣ କରିବାରୁ ନିଷେଧ କରିଛି। ତଥାପି, ଏଜେନ୍ସି ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି ଯେ ଯାଞ୍ଚ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା। ଇରାନ ଏଜେନ୍ସି ଉପରେ ଅଭିଯୋଗ କରିଛି ଯେ ମେ ୩୧ ତାରିଖରେ, ଏଜେନ୍ସିର 35 ସଦସ୍ୟ ବିଶିଷ୍ଟ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଅପ୍ରସାରଣ ଚୁକ୍ତି (ଏନ୍ପିଟି)ର ଉଲ୍ଲଂଘନ ରିପୋର୍ଟ କରି ପରମାଣୁ ସ୍ଥାନ ଉପରେ ବୋମା ପକାଇବା ପାଇଁ ପଥ ପ୍ରଶସ୍ତ କରିଥିଲେ। ଇରାନ ପରମାଣୁ ଅସ୍ତ୍ର ତିଆରି କରିବାକୁ ଅସ୍ୱୀକାର କରିଥିଲା ଏବଂ କହିଥିଲା ଯେ ଏହା ଏନ୍ପିଟି ପ୍ରତି ବିଶ୍ୱସ୍ତ।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ବିମାନକୁ ୩୦୦ କିଲୋମିଟର ଦୂରରୁ ଖସାଇ ଦିଆଯାଇଥିଲା