ନୂ୍ଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହା ପୂର୍ବରୁ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶର ୭୯ତମ ସ୍ବାଧୀନତା ଦିବସ ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।
ଭାରତ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋଦୀ କହିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ମୁଁ କାମନା କରୁଛି ଯେ ଏହି ପବିତ୍ର ଅବସର ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ଆଣିବ, ଯାହା ଦ୍ଵାରା ଏକ ବିକଶିତ ଭାରତର ନିର୍ମାଣ ନୂତନ ଗତି ପାଇବ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଗଷ୍ଟ ୧୫ର ଭାଷଣ ଉପରେ ପୂରା ଦେଶର ନଜର ରହିଛି। ଏଠାରେ ପ୍ରଧାନମନ୍ତ୍ରୀ ଦେଶ ହିତ ପ୍ରସଙ୍ଗରେ ଜନତାଙ୍କୁ ସମ୍ବୋଧିତ କରି ସେମାନଙ୍କ ଉତ୍ସାହ ବଢାଇଥାନ୍ତି। ଏଥର ପିଏମ ମୋଦୀ ନିଜର ତୃତୀୟ କାର୍ଯ୍ୟକାଳରେ ପ୍ରମୁଖ ଉପଲବ୍ଧି ରେଖାଙ୍କିତ କରି ପାରନ୍ତି। ଏହି ସମୟରେ ସେ ଅପରେସନ ସିନ୍ଦୂର ଏବଂ ସେନାର ପରାକ୍ରମ ଉପରେ ଉଲ୍ଲେଖ କରି ପାରନ୍ତି। ଗତ ବର୍ଷ ଅଗଷ୍ଟ ୧୫ରେ ନିଜର ୯୮ ମିନିଟର ସମ୍ବୋଧନରେ ପିଏମ ମୋଦୀ ଧର୍ମନିରପେକ୍ଷ ନାଗରିକ ସଂହିତା ଓ ଏକ ରାଷ୍ଟ୍ର ଏକ ନିର୍ବାଚନ ପରି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
ଅଧିକ ପଢ଼ନ୍ତୁ: ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ଆସୁ