ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି
Khabar Odisha:Open-Shree-Mandir-Gems-Letter-to-Shree-Mandir-Administration-for-Inspection-of-Shree-Mandir-Inner-Gems
ପୁରୀ, ଅଗଷ୍ଟ ୧୨(ଖବର ଓଡିଶା):

ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ । ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ଏଏସଆଇ । ଅଗଷ୍ଟ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ । ସେହିପରି ରାଜ୍ୟ ଆୟୋଗଙ୍କୁ ମଧ୍ୟ ଚିଠି ଲେଖଇଚନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । 

ପ୍ଲାଷ୍ଟର ଖରାପ ଥିବାରୁ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ବାହାରୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିଲା । ଏବେ ଭିତରୁ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏହି ଚିଠି ଲେଖାଯାଇଛି । 

୨୦୧୮ ମାର୍ଚ୍ଚ ୨୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା । ତେବେ ଚାବି ହଜିଯାଇଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିନଥିଲା ।

  • Tags:

Subscribe

National International State Sports Entertainment