ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି
Khabar Odisha:One-more-Corona-death-in-Odisha
ଭୁବନେଶ୍ୱର, ଜୁନ ୭ ( ଖବର ଓଡ଼ିଶା):

 ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି କରୋନାରେ ମୃତ୍ୟୁ ଘଟିଥିବା ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି  ସ୍ପଷ୍ଟ ହୋଇଛି । 

ପୂର୍ବରୁ ରାଜ୍ୟରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ରାଜ୍ୟରେ ନବମ କରୋନା ମୃତ୍ୟୁ । ମୃତକ ୫୫ ବୟସ୍କ ବ୍ୟକ୍ତି । କିଛି ଦିନ ତଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାସହ ସେ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୭୫ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ଛୁଇଁଛି।  ଏଥିରୁ ୧୧୨୯ ଜଣ ଚିକିତ୍ସାଧୀନ ଥିବାବେଳେ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏଯାଏଁ କରୋନା ସଂକ୍ରମଣ ରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment