ଓଡ଼ିଶାରେ ଆଉ ଏକ ମୁଣ୍ଡ ନେଲା କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
Khabar Odisha:One-more-Corona-death-in-Odisha
ଭୁବନେଶ୍ୱର, ଜୁନ ୫ ( ଖବର ଓଡ଼ିଶା):

 ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି କରୋନାରେ ମୃତ୍ୟୁ ଘଟିଥିବା ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି  ସ୍ପଷ୍ଟ ହୋଇଛି । 

ପୂର୍ବରୁ ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ରାଜ୍ୟରେ ଅଷ୍ଟମ କରୋନା ମୃତ୍ୟୁ । ମୃତକ ୬୩ ବୟସ୍କ ବ୍ୟକ୍ତି । କିଛି ଦିନ ତଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। 

ଆଜି ଚିହ୍ନଟ ହୋଇଥିବା ୧୩୦ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ଛୁଇଁଛି।  ଏଥିରୁ ୧୧୧୭ ଜଣ ଚିକିତ୍ସାଧୀନ ଥିବାବେଳେ ୧୪୮୧ ଜଣ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏଯାଏଁ କରୋନା ସଂକ୍ରମଣ ରେ ୮ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment