ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ସୋମବାର ଭୋର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଅଛନ୍ତି। ମୃତାହତଙ୍କର ପରିଚୟ ମିଳିପାରି ନାହିଁ। ମାତ୍ର ଆଶା କରାଯାଉଛି ଯେ, ସେମାନେ ପଡୋଶୀ ଝାଡ଼ଖଣ୍ଡର ବାସିନ୍ଦା ହୋଇଥାଇ ପାରନ୍ତି।
ଝାଡ଼ଖଣ୍ଡର ଏକ୍ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ସିଙ୍ଗେରମୁଣ୍ଡା ନିକଟ ରାସ୍ତାକଡ଼ ପଡ଼ିଆକୁ ଖସି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣାରେ କାରକୁ ବହୁତ କ୍ଷତି ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ଯୁ ଓ ଅନ୍ୟ ୨ ଜଣ ଗୁରୁତର ହୋଇ ପଡ଼ିଥିବା ଦେଖି କେହି ଜଣେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ି ଭିତରୁ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ପଠାଇଛି। ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇଛି। କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଦୁଇ ବାଇକ୍ ଆରୋହୀଙ୍କ ଜୀବନ ନେଲା ଦ୍ରୁତଗାମୀ କାର