ଅଗରତାଲା: ତ୍ରିପୁରାରେ ନିଜ ମା'ଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁଇଭାଇ। ପଶ୍ଚିମ ତ୍ରିପୁରାରେ ଜଣେ ୬୨ ବର୍ଷୀୟା ମହିଳାଙ୍କୁ ତାଙ୍କ ଦୁଇ ପୁଅ ଗଛରେ ବାନ୍ଧି ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଉଭୟ ପୁଅଙ୍କୁ ଗିରଫ କରିଛି। ପାରିବାରିକ କଳହରୁ ଦୁଇ ପୁଅ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି।
ଚମ୍ପକନଗର ଥାନା ଅନ୍ତର୍ଗତ ଖମାରବାରିରେ ଶନିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ଦେଢ଼ ବର୍ଷ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ମହିଳା ଜଣକ ତାଙ୍କ ଦୁଇ ପୁଅଙ୍କ ସହ ରହୁଥିଲେ। ତାଙ୍କର ଅନ୍ୟ ପୁଅ ଅଗରତାଲାରେ ରହୁଥିଲେ।
ଜିରାନିଆ ଉପଖଣ୍ଡ ପୁଲିସ ଅଧିକାରୀ କମଲ କ୍ରିଷ୍ଣା କୋଲୋଇ କହିଛନ୍ତି, ଜଣେ ମହିଳାଙ୍କୁ ନିଆଁ ଲାଗିଥିବା ଖବର ପାଇବା ପରେ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଗଛରେ ବନ୍ଧା ଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ଆମେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେଇଥିଲୁ। "
ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଛି ବୋଲି କମଲ କୃଷ୍ଣ କୋଲୋଇ ସୂଚନା ଦେଇଛନ୍ତି। ସେମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇ ପଚରାଉଚରା ପାଇଁ ପୁଲିସ ରିମାଣ୍ଡରେ ନିଆଯିବ। ପାରିବାରିକ କଳହ ଏହି ଘଟଣା ପଛର ଅନ୍ୟତମ କାରଣ ହୋଇପାରେ।
ଅଧିକ ପଢ଼ନ୍ତୁ: ନେପାଳରେ ୧୭୦ ଜଣଙ୍କ ମୃତ୍ୟୁ; ୪୨ ନିଖୋଜ