ରାଜ୍ୟରେ ଏକ କୋଟି ଡୋଜ ପାର କଲା କୋଭିଡ ଟିକାକରଣ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
Khabar Odisha:Odisha-has-successfully-administered-more-than-one-crore-doses-of-COVID19-vaccine

ଭୁବନେଶ୍ଵର, ଜୁନ୍ 21(ଖବର ଓଡ଼ିଶା):ରାଜ୍ୟରେ ସ୍ବାସ୍ଥ୍ୟସେବା କର୍ମୀ,ଆଗଧାଡିର କୋଭିଡ ଯୋଦ୍ଧା ଏବଂ 18 ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ ଏକ କୋଟି ପାର କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମଗ୍ର ଦେଶରେ ଚଳିତ ବର୍ଷ ଜାନୁଆରୀରୁ କୋଭିଡ ଟିକା କରଣ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ଦିନରେ ଆରମ୍ଭ ହୋଇଥିଲା ଟିକାକରଣ। ରାଜ୍ୟରେ ପୁର୍ବରୁ ଦୈନିକ ଦେଢ ଲକ୍ଷ ଡୋଜ ଟିକାକରଣ କରାଯାଉଥିଲା ବେଳେ ଆଜିଠାରୁ କ୍ଯାମ୍ପେନ ମୋଡରେ ଦୈନିକ ତିନି ଲକ୍ଷ ଟିକାକରଣ କରିବାକୋ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ଦେଶରେ ଜାନୁଆରୀ 16 ଆରମ୍ଭ ହୋଇଥିବା ଏହି କୋଭିଡ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମୀ,ଆଗଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଟିକାକରଣ କରାଯାଉଥିଲା ବେଳେ ପର ପର୍ଯ୍ୟାୟରେ 60 ବର୍ଷରୁ ଉର୍ଦ୍ଧ ଲୋକ ଏବଂ ପର ପର୍ଯ୍ୟାୟରେ 45 ବର୍ଷରୁ ଉର୍ଦ୍ଧ ଗମ୍ଭୀର ରୋଗରେ ପିଡିତ ରୋଗୀଙ୍କୁ ଟିକାକରଣ କରାଯାଇଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମେ 1ରୁ ସମଗ୍ର ଦେଶରେ 18 ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।

  • Tags:

Subscribe

National International State Sports Entertainment