ଓଡ଼ିଶା ଓମିକ୍ରନ୍ ବିସ୍ପୋରଣ, ଏକାଥରକେ ୧୪୫ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା): Share story: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଆଜି ରାଜ୍ୟରେ ଓମିକ୍ରନ୍ ଲମ୍ବ ଡିଆ ମାରିଛି। ଏକାଥରକେ ୧୪୫ ନୂତନ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭାରତୀୟ ଜୀବ ବିଜ୍ଞାନ କେନ୍ଦ୍ର(ଆଏଲଏସ୍) ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ରେ ପହଁଞ୍ଚିଛି । ଜାନୁଆରୀ ୯ ରୁ ୧୬ ମଧ୍ୟରେ ୨୪୯ଟି ନମୁନା ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା। ସେଥି ମଧ୍ୟରୁ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୧୧୬୭୦୯୪ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୦୨,୭୮୬ରେ ପହଁଞ୍ଚିଛି। ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୧୦,୭୩,୭୭୭ ଜଣ କରୋନାରୁ ଆରୋଗ୍ୟ ହେଲେଣି। ରାଜ୍ୟରେ ବଢିଚାଲିଥିବା ସଂକ୍ରମଣ ମଧ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧ ହଜାର ୬୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୯୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖବର ଓଡ଼ିଶା, Reporter, 19/01/2022