କୋଭିଡ୍ କିଟ କିଣିବା ନେଇ ବିବାଦ ବଢିବା ପରେ, ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା
Khabar Odisha:Odisha-MSME-secretary-Hemant-Sharma-rescinded-from-State-Covid-19-purchase-committee
ଭୁବନେଶ୍ୱର, ଜୁନ ୦୫ (ଖବର ଓଡ଼ିଶା):

ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା । କୋଭିଡ କିଟ୍ କେଳେଙ୍କାରୀ ନେଇ ଗଣମାଧ୍ୟମରେ ବାରମ୍ୱାର ଖବର ପ୍ରସାରଣ ପରେ ଚେତିଲେ ରାଜ୍ୟସରକାର । ପର୍ଚେଜ୍ କମିଟି ମୁଖ୍ୟ ପଦରୁ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ।

କିଛି ଦିନ ପୂର୍ବେ ଅନ୍ୟ ରାଜ୍ୟରୁ ଆସିଥିବା କରୋନା ମୁକାବିଲା ସାମଗ୍ରୀ ଗ୍ରହଣ ନକରିବାରୁ ବିବାଦ ହୋଇଥିଲା। ମାସ୍କ, ପିପିଇ କିଟ୍, ଭେଣ୍ଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିବା ନେଇ ଜଣାପଡିଥିଲା । ଏକା ପ୍ରକାରର ଜିନିଷକୁ ବିଭିନ୍ନ ଦରରେ ବିଭିନ୍ନ ଫାର୍ମରୁ କିଣା ଯାଇଥିଲା। ଏପରିକି ବଜାର ଦର ଠାରୁ ଅଧିକ ମୂଲ୍ୟରେ କିଣା ଯାଇଥିବା ନେଇ ସାଘାତିକ ଅଭିଯୋଗ ହୋଇଥିଲା । ମାମଲା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

  • Tags:

Subscribe

National International State Sports Entertainment