ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାମୁହିକ ସଂକ୍ରମଣ ବ୍ୟାପି ନାହିଁ ବୋଲି ସ୍ପଷ୍ଟ କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ
Khabar Odisha:Odisha-Chief-Secy-There-is-no-evidence-of-community-transmission-in-state
ଭୁବନେଶ୍ୱର, ଏପ୍ରିଲ ୦୫ (ଖବର ଓଡ଼ିଶା):

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ସାମୂହିକ ସଂକ୍ରମଣ ହେବାର କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ମଧ୍ୟାହ୍ଣ ୧୨.୩୦ରେ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରାଜଧାନୀର ସୂର୍ଯ୍ୟନଗର ସଂକ୍ରମଣ ସ୍ଥାନୀୟ ଲିଙ୍କରୁ ହୋଇନାହିଁ। ଏହା କୋଲକାତାରୁ ଆସିଛି। ସେହିଭଳି ବମିଖାଲରେ ୩ ଜଣଙ୍କଠାରେ ହୋଇଥିବା ସଂକ୍ରମଣ ଭୋପାଳରୁ ଆସିଥିଲା ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣର କୌଣସି ପ୍ରମାଣ ମିଳିନାହିଁ।

ଏଥସହ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ଆମକୁ ସଟଡାଉନ୍ ଓ ଲକଡାଉନରୁ ସୁଫଳ ମିଳୁଛି। ସଂକ୍ରମଣର ପ୍ରସାରକୁ ରୋକାଯାଇପାରୁଛି। ତେଣୁ କରୋନା ସଂକ୍ରମଣକୁ ରୋକିବାର ଏକମାତ୍ର ସଫଳ ଉପାୟ ହେଉଛି ସାମାଜିକ ଦୂରତ୍ବ ଅବଲମ୍ବନ କରିବା। ତେଣୁ ନିଜକୁ ବଞ୍ଚାଇବାକୁ ଓ ନିଜ ପରିବାରକୁ ବଞ୍ଚାଇବାକୁ ସାମାଜିକ ଦୂରତ୍ବ ଅବଲମ୍ବନ କରନ୍ତୁ।

 

  • Tags:

Subscribe

National International State Sports Entertainment