ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଥଣ୍ଡା ଅନୁଭୂତ ହେଉଛି। କିନ୍ତୁ ଡିସେମ୍ବରରେ ଯେପରି ପ୍ରବଳ ଥଣ୍ଡା ହେଉଥିଲା, ତାହା ଏପର୍ଯ୍ୟନ୍ତ ଆଶା ନାହିଁ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପ୍ରବଳ ଶୀତ ପାଇଁ ଦିଲ୍ଲୀ-ଏନସିଆରକୁ କିଛି ସପ୍ତାହ ଅପେକ୍ଷା କରିବାକୁ ପଡ଼ିପାରେ। ସେପଟେ କାଶ୍ମୀର, ଲଦାଖର ଉଚ୍ଚ ସ୍ଥାନରେ ତୁଷାରପାତ ପରେ ଶୀତର ପ୍ରକୋପ ବଢିବାରେ ଲାଗିଛି।
କାଶ୍ମୀର ଉପତ୍ୟକାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ଶୂନ ତଳକୁ ରହୁଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପହଲଗାମରେ ରାତିର ସର୍ବନିମ୍ନ ତାପମାତ୍ରା ମାଇନସ୍ ୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଗୁଲମାର୍ଗ ଉପତ୍ୟକାର ସର୍ବନିମ୍ନ ତାପମାତ୍ରା ମାଇନସ୍ ୨.୯ ଡିଗ୍ରୀ ସେଲସିୟସ ସହ ସବୁଠାରୁ ଥଣ୍ଡା ସ୍ଥାନ ରହିଛି। ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ହାଲୁକା ତୁଷାରପାତ ଓ ବର୍ଷା ସମ୍ଭାବନା ବ୍ୟତୀତ ଉପତ୍ୟକାରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୮ରେ ପୁଣି ପଶ୍ଚିମ ବିକ୍ଷୋଭ ସକ୍ରିୟ ହେବ। ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଉପରମୁଣ୍ଡରେ ତୁଷାରପାତ ଓ ସମତଳ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ହୋଇପାରେ। ତେବେ ପ୍ରଥମ ୩ ଦିନ ପାଗ ସ୍ୱଚ୍ଛ ରହିବ। ଏଭଳି ସ୍ଥିତିରେ ଚାଷୀଙ୍କୁ କିଛିଟା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ବୁଧବାର ରାଜ୍ୟରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଲାହୁଲ-ସ୍ପିତିର ତବୋରେ -୬.୪ ଡିଗ୍ରୀ ସେଲସିୟସ ଏବଂ ଉନାରେ ସର୍ବାଧିକ ତାପମାତ୍ରା ୨୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ: ଦଳାଚକଟାରେ ମହିଳାଙ୍କ ମୃତ୍ୟୁ