କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରଘଟ କରାଯିବ ନାହିଁ : ହାଇକୋର୍ଟ
Khabar Odisha:No-one-can-spread-Corona-patients-details
ଭୁବନେଶ୍ୱର, ମେ ୩୦ ( ଖବର ଓଡ଼ିଶା):

 କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରଘଟ କରାଯିବ ନାହିଁ । ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କୌଣସି ମତେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ।

ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନପ୍ରଦାନରେ ମଧ୍ୟ ଆକ୍ରାନ୍ତଙ୍କ ନାମ ଗୋପନ ରଖାଯିବ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ ବୋଲି ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

  • Tags:

Subscribe

National International State Sports Entertainment