ନୂଆଦିଲ୍ଲୀ: ଚଳିତ ମାସରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ଟିକିଆ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଟମ୍ ଲାଥାମଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଦଳ ଅକ୍ଟୋବର ୧୧ରେ ଭାରତ ଅଭିମୁଖେ ଯାତ୍ରା କରିବ। ନ୍ୟୁଜିଲାଣ୍ଡ ଟେଷ୍ଟରେ ପ୍ରଥମ ଥର ପାଇଁ ମାର୍କ ଚାପମ୍ୟାନଙ୍କୁ ସୁଯୋଗ ମିଳିଛି। ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ୍ ଦଳ ସହ ଭାରତ ଆସିବେ ନାହିଁ। ୱିଲିୟମସନଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏଭଳି ସ୍ଥିତିରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ମଧ୍ୟ ସନ୍ଦେହଜନକ ମନେ ହେଉଛି।
ଅକ୍ଟୋବର ୧୬ରୁ ବେଙ୍ଗାଲୁରୁରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ଏଭଳି ସ୍ଥିତିରେ କେନ୍ ୱିଲିୟମସନଙ୍କ ବିନା କିୱି ଦଳ ପାଇଁ ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଅତ୍ୟନ୍ତ କଷ୍ଟକର ହେବ। ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟମ୍ୟାଚ୍ରେ କେନ୍ ୱିଲିୟମସନ୍ ଆହତ ହୋଇଥିଲେ। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ୱିଲିୟମସନ୍ଙ୍କ ଆଘାତ ସମ୍ପର୍କରେ ସୂଚନା ଦେଇ କହିଛି, ଆହତ କାରଣରୁ ୱିଲିୟମସନ୍ ଭାରତ ଗସ୍ତରେ ଯିବାରେ ବିଳମ୍ବ କରିପାରନ୍ତି। ତାଙ୍କ ସ୍ଥାନରେ ଅଣକ୍ୟାପ୍ଡ ଖେଳାଳି ମାର୍କ ଚାପମ୍ୟାନଙ୍କୁ କଭର ଭାବେ ଦଳରେ ସାମିଲ କରାଯାଇଛି।
ଶ୍ରୀଲଙ୍କା ଗସ୍ତରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ଭେଟିବ। କେନ୍ ୱିଲିୟମସନଙ୍କ ଆଘାତ ବ୍ୟତୀତ ମାଇକେଲ ବ୍ରେସୱେଲ୍ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ମାତ୍ର ଗୋଟିଏ ଟେଷ୍ଟ୍ ପାଇଁ ଉପଲବ୍ଧ ରହିବେ। ସନ୍ତାନ ଜନ୍ମ ହେତୁ ବ୍ରେସୱେଲ୍ ଦେଶକୁ ଫେରିଯିବେ। ଏଭଳି ସ୍ଥିତିରେ ଇଶ ସୋଢ଼ୀ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ମନୋନୀତ ହୋଇଛନ୍ତି। ଶ୍ରୀଲଙ୍କା ଗସ୍ତରେ ଥିବା ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରାୟ ସମାନ ଦଳ ରହିଛି। ଏଭଳି ସ୍ଥିତିରେ ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୨୪ରୁ ପୁଣେରେ ଏବଂ ତୃତୀୟ ମ୍ୟାଚ୍ ନଭେମ୍ବର ୧ରୁ ମୁମ୍ବାଇରେ ଖେଳାଯିବ।
ନ୍ୟୁଜିଲାଣ୍ଡ ଦଳ: ଟମ୍ ଲାଥାମ୍ (ଅଧିନାୟକ), ଟମ୍ ବ୍ଲାଣ୍ଡେଲ୍ (ୱିକେଟ୍ ରକ୍ଷକ), ମାଇକେଲ୍ ବ୍ରେସ୍ୱେଲ୍ (କେବଳ ପ୍ରଥମ ଟେଷ୍ଟ୍), ମାର୍କ ଚାପମ୍ୟାନ୍, ଡେଭୋନ୍ କନ୍ୱେ, ମ୍ୟାଟ୍ ହେନରି, ଡାରିଲ୍ ମିଚେଲ୍, ୱିଲ୍ ଓ'ରୁର୍କେ, ଏଜାଜ୍ ପଟେଲ୍, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବୀନ୍ଦ୍ର, ମିଚେଲ ସାଣ୍ଟନର, ବେନ୍ ସିୟର୍ସ, ଇଶ ସୋଧି (ମାତ୍ର ୨ୟ ଓ ୩ୟ ଟେଷ୍ଟ୍), ଟିମ୍ ସାଉଦି, କେନ୍ ୱିଲିୟମସନ୍ ଓ ୱିଲ୍ ୟଙ୍ଗ୍।
ଅଧିକ ପଢ଼ନ୍ତୁ: ବାଂଲାଦେଶ ବିପକ୍ଷରେ ଭାରତର ୨ୟ ମୁକାବିଲା ଆଜି