କାଠମାଣ୍ଡୁ: ନେପାଳ-ତିବ୍ଦତ ସୀମାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ବିତିଛି। କିନ୍ତୁ ଭଗ୍ନାବଶେଷରୁ ମୃତଦେହ ଉଦ୍ଧାର କରାଯାଉଛି। ମୃତ୍ୟୁ ସଂଖ୍ୟା ୪୬୯ରେ ପହଞ୍ଚିଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି ପ୍ରାୟ ୩୦ଟି ଦେଶର ନାଗରିକ ନିଖୋଜ ଥିବା ରିପୋର୍ଟ ହୋଇଛି, ଯେଉଁଥିରେ ଭାରତ, ଆମେରିକା, ଚୀନ୍, ବ୍ରିଟେନ୍, ଅଷ୍ଟ୍ରେଲିଆ, କାନାଡା ଏବଂ ୟୁକ୍ରେନର ପର୍ଯ୍ୟଟକ ଏବଂ ଶ୍ରମିକ ସାମିଲ ଅଛନ୍ତି। ନେପାଳ ପୋଲିସ ଅନୁଯାୟୀ, ହେଲିକପ୍ଟର ଏବଂ ସ୍ଥଳପଥରେ ପ୍ରାୟ ୧୬୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଶହ ଶହ ଲୋକଙ୍କର ପତ୍ତା ମିଳିନାହିଁ।
ନେପାଳ ପୋଲିସ ଅନୁଯାୟୀ, ହେଲିକପ୍ଟର ଏବଂ ସ୍ଥଳପଥରେ ୭୯୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଚିତୱାନ୍ ଜିଲ୍ଲା ସର୍ବାଧିକ ୧୩୭ ଜଣଙ୍କ ମୃତଦେହ ଉଦ୍ଧାର କରିଛି, ଯେତେବେଳେ ରାସୁୱା, ନୁୱାକୋଟ, ଧାଡିଂ, ଗୋର୍ଖା, ତନାହୁନ୍ ଏବଂ ନବଲପରାସୀ ଜିଲ୍ଲାରୁ ମଧ୍ୟ ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟା ୩୫ଟି ସେତୁ, ୪୫ଟି ଝୁଲା ପୋଲ ଏବଂ ପ୍ରାୟ ୪୦ କିଲୋମିଟର ରାସ୍ତା ନଷ୍ଟ କରିଛି। ତ୍ରିଶୁଳି ଏବଂ ଦେବୀଘାଟ ଭଳି ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଅଧିକ ପଢ଼ନ୍ତୁ: ସାହାଯ୍ୟର ହାତ ବଢ଼ାଇଲେ ଭାରତ ସମେତ ଅନେକ ଦେଶ