ଆମକୁ ହିନ୍ଦୁ ମହିଳା ଦରକାର... କଶ୍ମୀରର ପ୍ରତିଟି ମସଜିଦ୍‌ରୁ 19.1.2019 ରାତିରେ ଆସୁଥିଲା ଏହି ଡାକରା
Khabar Odisha:National-news-kashmir-pandits-sunanda-vashisht-islamic-terror-jammu-kashmir
ନୂଆଦିଲ୍ଲୀ,ଜାନୁଆରୀ ୧୯ (ଖବର ଓଡ଼ିଶା):

90 ଦଶନ୍ଧିରେ କଶ୍ମୀରରେ ବାସ କରୁଥିବା ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାର ଏପରି ଏକ ସତ, ଯାହାକୁ ଭୁଲିବାକୁ ଚାହିଁଲେ ମଧ୍ୟ ଭୁଲିବା ଅସମ୍ଭବ । ରାତା-ରାତି ନିଜକୁ ବଞ୍ଚାଇବା ପାଇଁ କଶ୍ମୀରରେ ନିଜର ଘର, ସମ୍ପତ୍ତି ଛାଡ଼ି ସେଠାରୁ ଚାଲିଆସିଥିବା ଲୋକଙ୍କ ମନରେ ଆଜି ମଧ୍ୟ ସେହି କାଳ ରାତିର ଚିତ୍ର ରହିଛି । ଯେତେବେଳେ ସେମାନେ ଇସ୍ଲାମିକ୍ କଟ୍ଟରପନ୍ଥୀଙ୍କ ଶିକାର ହୋଇ ନିଜର ଆଖି ସାମ୍ନାରେ ବର୍ବରତାର ସହ ନିଜ ଲୋକଙ୍କୁ ଜିଅନ୍ତ ଜାଳିବା-ମାରିବା ଦେଖିଥିଲେ । ଏହାରି ମଧ୍ୟରେ ନ୍ୟାୟ ଅପେକ୍ଷାରେ 30 ବର୍ଷ ବିତିସାରିଛି । 

ଗତବର୍ଷ ନଭେମ୍ବର 14 ତାରିଖରେ ଏହିପରି ଅଗଣିତ କାହାଣୀକୁ ନିଜ ହୃଦୟରେ ଚାପି ଭାରତୀୟ ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଟମ୍ ଲୋଟସ ଏଚଆର ଦ୍ୱାରା ଆୟୋଜିତ ୟୁଏନ କଂଗ୍ରେସର ବୈଠକ ପାଇଁ ୱାଶିଂଟନ ଡିସି ପହଞ୍ଚିଥିଲେ । ସେଠାକୁ ଯିବା ପୂର୍ବରୁ ସେ ଟୁଇଟ୍‌ କରି ସୂଚନା ଦେଇଥିଲେ ଯେ, ସେବଳ କାଶ୍ମୀର ସହ ଜଡ଼ିତ ସେହି କାହାଣୀ ଉପରେ ଆଲୋଚନା କରିବେ, ଯାହାକୁ କେବେ କୌଣସି ଲୋକ ଶୁଣି ନ ଥିବା କିମ୍ବା ଯାହାକୁ ପ୍ରକାଶ କରିବାଠାରୁ ଦୂରରେ ରୁହାଯାଇଥିଲା । କିନ୍ତୁ ଏବେ ସେ ସେଠାରେ କହିବା ଆରମ୍ଭ କରିଥିଲେ ଏବଂ କଶ୍ମୀରୀ ହିନ୍ଦୁଙ୍କ ଉପରେ ହୋଇଥିବା ଆତ୍ୟାଚାରର ସ୍ୱର ହୋଇଥିଲେ... ସମସ୍ତେ ସିହରି ଉଠିଥିଲେ । 

କଶ୍ମୀର ପରିସ୍ଥିତିର ସାଖୀ ରୂପେ, କାର୍ଯ୍ୟକ୍ରମରେ କହିବା ଆରମ୍ଭ କରିଥିଲେ । ଏହି ସମୟରେ ଉପତ୍ୟକାରେ ଇସଲାମିକ କଟ୍ଟରପନ୍ଥ କାରଣରୁ  ସେ କଶ୍ମୀର ତୁଳନା ସିରିଆ ସହ କରିଥିଲେ । ସେ 30 ବର୍ଷ ପୂର୍ବର ସମୟକୁ ମନେ ପକାଇ କହିଥିଲେ ଯେ ସେହି ଲୋକମାନେ ଆଇଏସଆଇଏସ ସ୍ତରରେ ଭୟ ଏବଂ ବର୍ବରତା କଶ୍ମୀରରେ ସହିଥିଲେ । ଏଥିପାଇଁ ସେ ଖୁସୀ ଅଛନ୍ତି ଯେ ଆଜି ଏହିପରି ମାନବାଧିକାରର ବୈଠକ ଏଠାରେ ଆୟୋଜିତ ହେଉଛି, କାହିଁକି ନା ଯେତେବେଳେ ମୋ ପରି ଅନ୍ୟମାନେ ନିଜର ଘର ଏବଂ ନିଜର ଜୀବନ ସବୁ ହରାଇ ବସିଥିଲେ, ସେଥିବେଳେ ପୁରା ବିଶ୍ୱ ଶାନ୍ତ ଥିଲା । ନିଜର କ୍ରୋଧକୁ ପ୍ରକଟ କରି ସୁନନ୍ଦା ବଶିଷ୍ଠ ସେଠାରେ ଥିବା ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ ସେହି ସମୟରେ ଏହି ମାନବ ଅଧିକାରର ଓକିଲମାନେ କେଉଁଠାରେ ଥିଲେ, ଯେତେବେଳେ ଆମ ଅଧିକାରର ହନନ କରାଯାଉଥିଲା । 

“କେଉଁଠାରେ ଏହି ଲୋକମାନେ ଯେତେବେଳେ 1990 ଜାନୁୟାରୀ 19 ରାତିରେ ଉପତ୍ୟକାର ପ୍ରତିଟି ମସଜିଦରୁ ଗୋଟିଏ ଶବ୍ଦ ଆସୁଥିଲା ଯେ ଆମକୁ କଶ୍ମୀରରେ ହିନ୍ଦୁ ମହିଳା ଦରକାର, କିନ୍ତୁ ବିନା କୌଣସି ହିନ୍ଦୁ ପୁରୁଷରେ” ।

ସେହି କାଳ ରାତିର ପୀଡ଼ାକୁ ପ୍ରକାଷ କରି ସୁନନ୍ଦା କହିଥିଲେ ଯେ, ମାନବିକତାର ରକ୍ଷକ ସେହି ସମୟରେ କେଉଁଠାରେ ଥିଲେ, ଯେତେବେ ମୋର ଜେଜେଙ୍କୁ ରୋଷେଇର ଚାକୁ ଏହଂ କଳଙ୍କ ଲାଗିଥିବା କୁହ୍ଲାଡ଼ୀ ନେଇ ଆମକୁ ମାରିବା ଆମ ଆଗରେ କେବଳ ଏଥିପାଇଁ ଠିଆ ହୋଇଥିଲେ, କାହିଁକି ନାଁ ସେ ବର୍ବରତାରୁ ରକ୍ଷା କରିପାରିବେ, ଯେଉଁମାନେ ବଞ୍ଚି ରହିଥିବା ଉପରେ ଆମର ଅପେକ୍ଷା କରୁଥିଲେ । 

ବୈଠକରେ ସେ କହିଥିଲେ ଯେ ତାଙ୍କ ଲୋକମାନଙ୍କୁ ଆତଙ୍କବାଦୀମାନେ ସେହି ରାତିରେ କେବଳ ତିନୋଟି ବିକଳ୍ପ ଦେଇଥିଲେ । କଶ୍ମୀର ଛାଡ଼ିଯାଅ, କିମ୍ୱା ଧର୍ମାନ୍ତରଣ କର ଏବଂ ସେହି ରାତିରେ ମରିଯାଅ । ସୁନନ୍ଦା ବଶିଷ୍ଠଙ୍କ ଅନୁସାରେ ସେହି ରାତିରେ ପ୍ରାୟ 4 ଲକ୍ଷ କଶ୍ମୀର ହିନ୍ଦୁ ଭୟରେ ନିଜର ଘର-ସମ୍ପତ୍ତି ସବୁ ଛାଡ଼ି ନିଜକୁ ବଞ୍ଚାଇବା ପାଇଁ ସେଠାରୁ ଚାଲି ଯାଇଥିଲେ । 

ତାଙ୍କ ଅନୁସାରେ, ଆଜି 30 ବର୍ଷ ପରେ ମଧ୍ୟ କାଶ୍ମୀରରେ ଥିବା ନିଜ ଘରକୁ ଯାଇ ପାରୁନାହାନ୍ତି । ତାଙ୍କ ଘରକୁ ଅନ୍ୟ ସମୁଦାୟର ଲୋକମାନେ ଅକ୍ତିଆର କରିଛନ୍ତି ଏବଂ ନା ବେଳକ ଅକ୍ତିଆର କରିଛନ୍ତି ବରଂ ତାକୁ ଜଳା ଯାଇଛି । 

Subscribe

National International State Sports Entertainment