ସିଏଏ: ପିଏମ ମୋଦୀଙ୍କ ଟ୍ୱିଟ-ଚର୍ଚ୍ଚା ଏବଂ ବିରୋଧ ଲୋକତନ୍ତ୍ରର ଅଂଶ, ହିଂସା ନୁହେଁ
Khabar Odisha:National-news-PM-Modi-Termed-Violent-Protest-Over-Citizenship-Act-Unfortunate-Debate-Essential-Part-Of-Democracy
ନୂଆଦିଲ୍ଲୀ, ଡିସେମ୍ବର ୧୬ (ଖବର ଓଡ଼ିଶା):

ନାଗିରକତା ଆଇନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପିଏମ ମୋଦୀ ଟ୍ୱିଟ କରି ନାଗରିକତା ସଂଶୋଧନ ଆଇନ ଉପରେ ହିଂସକ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଚର୍ଚ୍ଚା ଏବଂ ବିରୋଧ ଲୋକତନ୍ତ୍ରର ଅଂଶ କିନ୍ତୁ ସାର୍ବଜାନିକ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଠିକ ନୁହେଁ । ଏହା ଉପରେ ପିଏମ ମୋଦୀ ଚାରୋଟି ଟ୍ୱିଟ କରିଛନ୍ତି । 

ପ୍ରଥମ ଟ୍ୱିଟରେ ପିଏମ ମୋଦୀ ଲେଖିଛନ୍ତି, "ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ହିଂସ ବିରୋଧ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୁଖଦ ଅଟେ । ଯୁକ୍ତି, ବିତର୍କ ଏବଂ ଅସନ୍ତୋଷ ଲୋକତନ୍ତ୍ରର ଆବଶ୍ୟକ ଅଙ୍ଗ କିନ୍ତୁ ସାର୍ବଜାନୀକ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ସାମାନ୍ୟ ଜୀବନରେ ଅଶାନ୍ତି ସୃଷ୍ଟି କରିବା ଆମର ସ୍ୱଭାବର ଅଂଶ ନାହିଁ" । 

ଦ୍ୱିତୀୟ ଟ୍ୱିଟରେ ସେ କହିଛନ୍ତି, "ନାଗରିକତା ସଂଶୋଧନ ଆଇନକୁ ସଂସଦର ଉଭୟ ଗୃହ ବିପୁଳ ସମର୍ଥନ ସହ ଗୃହୀତ କରିଛି । ବଡ ସଂଖ୍ୟାରେ ରାଜନୈତିକ ଦଳ ଏବଂ ସାଂସଦଙ୍କ ଏହାକୁ ଲାଗୁ କରିବା ପାଇଁ ସମର୍ଥନ କରିଥିଲେ । ଏହି ଅଧିନିୟମ ଭାରତର ବହୁ ପୁରାତନ ସଂସ୍କୃତିର ସ୍ୱୀକୃତି, ସଦଭାବ, କରୁଣା ଏବଂ ଭାଇଚାରାକୁ ଦର୍ଶାଉଛି । 

ତୃତୀୟ ଟ୍ୱିଟରେ ପିଏମ ମୋଦୀ ଦେଶବାସୀଙ୍କୁ ବିଶ୍ୱାସ ଦେଇ କହିଛନ୍ତି , "ମୁଁ ମୋର ସମସ୍ତ ଭାରତୀୟଙ୍କୁ ସ୍ପଷ୍ଟ ରୁପେ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ନାଗରିକତା ଆଇନ ଭାରତର କୌଣସି ନାଗରିକ କିମ୍ୱା କୌଣସି ଧର୍ମକୁ ପ୍ରଭାବିତ କରୁ ନାହିଁ । କୌଣସି ଭାରତୀୟଙ୍କୁ ଏହି ଆଇନ ନେଇ କୌଣସି ପ୍ରକାର ଚିନ୍ତା କରିବା ଆବଶ୍ୟକତା ନାହିଁ । ଏହି ଆଇନ କେବଳ ସେହି ଲୋକଙ୍କ ପାଇଁ ଯେଉଁମାନଙ୍କ ଉପରେ ବାହାରେ ଆତ୍ୟାଚାରର ସାମ୍ନା କରିବାକୁ ପଡୁଛି ଏବଂ ଯାହାଙ୍କ ପାଖରେ ଭାରତ ବ୍ୟତିତ ଅନ୍ୟ କୌଣସି ସ୍ଥାନ ନାହିଁ" ।  

Subscribe

National International State Sports Entertainment