ପାକିସ୍ତାନରେ ସ୍ୱାଧିନତା ଦିବସ ପାଳନ କରିବାକୁ ଚାହୁଁଥିଲେ ଗାନ୍ଧୀ ଜୀ !
Khabar Odisha:National-news-MJ-Akhbar-New-Book-Claim-Mahatma-Gandhi-Wanted-To-Spend-15-Aug-1947-In-Pakistan
ନୂଆଦିଲ୍ଲୀ,ଜାନୁଆରୀ ୧୯ (ଖବର ଓଡ଼ିଶା):

ମହାତ୍ମା ଗାନ୍ଧୀ ସ୍ୱାଧିନତାର ପ୍ରଥମ ଦିନ ଅର୍ଥାତ ଅଗଷ୍ଟ 15, 1947ର ଦିନକୁ ପାକିସ୍ତାନରେ ବିତାଇବାକୁ ଚାହୁଁଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଏମଜେ ଅକବରଙ୍କ ନୂଆ ପୁସ୍ତକରେ ଏହା ଦାବି କରାଯାଇଛି । ଏମଜେ ଅକରବ ଭାରତ ଏବଂ ପାକିସ୍ତାନର ବିଭାଜନ ଉପରେ ନିଜର ନୂଆ ପୁସ୍ତକ “ଗାନ୍ଧୀ ହିନ୍ଦୁଇଜମ୍‌: ଦ ଷ୍ଟ୍ରଗଲ ଅଗନେଷ୍ଟ ଜିନ୍ନାହ ଇସଲାମ” ଶୀର୍ଷକ ପୁସ୍ତକରେ ଏହି କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଗାନ୍ଧୀ ବିଭାଜନ ଏବଂ ନୂଆ ଅପ୍ରାକୃତିକ ସୀମ କରିବା ପକ୍ଷରେ ନ ଥିଲେ । ସେ ଏହାକୁ କ୍ଷଣିକ ପାଗଳାମୀ ଦର୍ଶାଇଥିଲେ । 

ଏହି ପୁସ୍ତକରେ ବିଚାରଧାରା ଏବଂ ସେହି ବ୍ୟକ୍ତିତ୍ୱଙ୍କ ସମୀକ୍ଷା କରାଯାଇଛି, ଯେଉଁମାନେ ବିଭାଜର ଆଧାର ରଖିଥିଲେ । ଅନେକ ଭୁଲ କାରଣରୁ 1940ରୁ 1947ର ସାତ ବର୍ଷ ମଧ୍ୟରେ ବିସ୍ଫୋଟକ ସ୍ଥିତି ଜାରି ରହିଥିଲା । ପୁସ୍ତକରେ ଗାନ୍ଧୀ ଜୀ ଏବଂ ଜିନ୍ନାଙ୍କ ବିଚାରଧାରାରେ ଅନ୍ତର ଦେଖାଇବାକୁ ଚେଷ୍ଟା କରାଯାଇଛି । 

ପୁସ୍ତକ ଅନୁସାରେ ଗାନ୍ଧୀ ଜୀ ଜଣେ ହିନ୍ଦୁ ଥିଲେ, ଯାହାଙ୍କ  ଚିନ୍ତାଧାରା ଥିଲା ଯେ ଭାରତରେ ସବୁ ପ୍ରକାର ସଭ୍ୟତା ବଞ୍ଚିପାରିବ । ଏଠାରେ ସବୁ ଧର୍ମ ଆଗକୁ ବଢ଼ି ପାରିବ । ଅନ୍ୟପଟେ ଜିନ୍ନା ଧର୍ମରୁ ଅଧିକ ରାଜନୈତିକ ମୁସଲମାନ ଥିଲେ । ସେ ଇସଲାମ ନାଁରେ ସମକକ୍ଷ ଉପମହାଦ୍ୱୀପ କରିବାକୁ ପ୍ରତିବଦ୍ଧ ଥିଲେ । 

ଜିନ୍ନାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ବ୍ରିଟେନ ସହ ହୋଇଥିବା ଡିଲ୍‌ କାରଣରୁ ଆସିଥିଲା । 1940ରେ ହୋଇଥିବା ଏହି ରାଜିନାମାକୁ 

“ଅଗଷ୍ଟ ଅଫର” ନାଁ ଦିଆଯାଇଥିଲା । ଗାନ୍ଧୀ ଜୀଙ୍କ ଶକ୍ତି ବୈଚାରିକ ପ୍ରତିବଦ୍ଦତାରେ ଥିଲା, ଯାହାକୁ ଶେଷରେ ସାମ୍ପଦାୟୀକ ହିଂସା ଛଡ଼େଇ ନେଇଥିଲା ।  

ଗାନ୍ଧୀ ଜୀଙ୍କୁ ସଂଖ୍ୟାଲଘୁଙ୍କ ଥିଲା ଚିନ୍ତା :

ଏହି ଗତିରୋଧର ମୂଲ୍ୟ ସାରାଧଣ ଲୋକଙ୍କୁ ଦେବାକୁ ପଡ଼ିଲା, ଯାହା ପିଢ଼ି ପିଢ଼ି ଧରି ମନେ ରହିଲା । ଲେଖକଙ୍କ ଅନୁସାରେ ସ୍ୱାଧିନତା ପରେ ଗାନ୍ଧୀ ଜୀଙ୍କ ପ୍ରଥମ ଚିନ୍ତା ବିଭାଜନର ମାଡ଼ ସହୁଥିବା ପୀଡିତଙ୍କୁ ନେଇ ଥିଲା ଅର୍ଥାତ ସଂଖ୍ୟାଲଘୁ । ପାକିସ୍ତାନରେ ହିନ୍ଦୁ ଏବଂ ଭାରତରେ ମୁସଲମାନ । 

ପୂର୍ବ ପାକିସ୍ତାନରେ ରହିବାକୁ ଚାହୁଁଥିଲେ ଗାନ୍ଧୀ

ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ସେ ପୂର୍ବ ପାକିସ୍ତାନର ନୋଆଖଲୀରେ ରହିବାକୁ ଚାହୁଁଥିଲେ । ଏଠାରେ 1946ରେ ହୋଇଥିବା ଦଙ୍ଗାରେ ହିନ୍ଦୁଙ୍କୁ ଅନେକ ନିର୍ଯାତନା ସହିବାକୁ ପଡିଥିଲା । ଗାନ୍ଧୀ ସାଂପ୍ରଦାୟୀକ ହିଂସା ପରେ ଶାନ୍ତି ପ୍ରତିଷ୍ଠାକୁ ନେଇ ଆଶଙ୍କାରେ ରହିଥିଲେ । ପୁସ୍ତକ ଅନୁସାରେ 1947 ମଇ 31ରେ ଗାନ୍ଧୀ ଜୀ ପଠାନ ନେତା ଅବଦୁଲ ଗଫ୍ଫାର ଖାନଙ୍କୁ କହିଥିଲେ ଯେ ସେ ଉତ୍ତର ପଶ୍ଚିମ ଫ୍ରଣ୍ଟିୟର ଯିବାକୁ ଚାହୁଁଛନ୍ତି ଏବଂ ସ୍ୱାଧିନତା ପରେ ଏଠାରେ ରହିବାକୁ ଚାହୁଁଛନ୍ତି । ଅବଦୁଲ ବଫ୍ଫର ଖାନଙ୍କୁ ଫ୍ରଣ୍ଟିୟର ଗାନ୍ଧୀ ନାଁରେ ମଧ୍ୟ ଜଣାଯାଉଛି । 

Subscribe

National International State Sports Entertainment