ନିଜ ବାହାଘରରେ ପହଞ୍ଚି ପାରିଲେନି ଯବାନ, ସେନା କହିଲା- ପ୍ରଥମେ ଦେଶ
Khabar Odisha:National-news-Jawan-Misses-Wedding-Indian-Army-Says-Nation-First-Always
କଶ୍ମୀର,ଜାନୁଆରୀ ୧୯ (ଖବର ଓଡ଼ିଶା):

ଜଣେ ସୈନିକ ନିଜ ଜୀବନରେ କେଉଁ ପ୍ରକାର ତ୍ୟାଗ କରିଥାଏ ତାହା ଆପଣ ଏହି ଘଟଣାରୁ ଜାଣିପାରିବେ ଯେ ଜଣେ ଯବାନ ନିଜର ବାହାଘର ଦିନ ହିଁ ଘରେ ପହଞ୍ଚି ପାରିଲେ ନାହିଁ । ଦେଶର ରକ୍ଷାରେ ନିୟୋଜିତ ଥିବା ଯବାନ ହିମାଚଳର ମଣ୍ଡିରେ ନିବାସୀ ଏବଂ ପ୍ରବଳ ବରଫପାତ କରଣରୁ ସେ କଶ୍ମୀରରୁ ବାହାରି ପାରିଲେନି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏହି ଖବରକୁ ଟୁଇଟ୍‌ କରି ସେନା ପକ୍ଷରୁ କୁହାଯାଇଛି ଯେ ଜଣେ ସୈନିକ ପାଇଁ ଦେଶ ସବୁବେଳେ ପ୍ରଥମେ ଏବଂ ଜୀବନ ତାଙ୍କ ପାଇଁ ଅପେକ୍ଷା କରିନେବ ।   

ମଣ୍ଡିରେ ବାସ କରୁଥିବା ଯବାନ ସୁନୀଲଙ୍କ ଗୁରୁବାର ବିବାହ ହେବାର ଥିଲା । ଦୁଇ ସପ୍ତାହ ଧରି ଜାରି ରହିଥିବା ତୁଷାରପାତ କାରଣରୁ ଉପତ୍ୟକାରେ ଫଶି ରହିଛନ୍ତି । ଯବାନଙ୍କ ବାହାଘର ରୀତିନୀତି ଆରମ୍ଭ ହୋଇଥିଲା ଏବଂ ଗୁରୁବାର ବରଯାତ୍ରୀ ଲଡଭଡୋଲର ଏକ ଗାଁକୁ ଯିବାରଥିଲା । ଦୁଇ ପରିବାର ନିଜର ଘରକୁ ଭବ୍ୟ ରୂପରେ ସଜାଇଥିଲେ । ସବୁ ସମ୍ପର୍କୀୟ ପହଞ୍ଚି ସାରିଥିଲେ । ସମସ୍ତଙ୍କ ବର ସୁନୀଲଙ୍କ ଅପେକ୍ଷାରେ ଥିଲେ । ତାଙ୍କ ଛୁଟି ଜାନୁୟାରୀ 1ରୁ ଆରମ୍ଭ ହୋଇଥାନ୍ତା ଏବଂ ସେ କିଛି ଦିନ ପୂର୍ବେ ହିଁ ବାନ୍ଦିପୋରା ସ୍ଥିତ ଟ୍ରାଞ୍ଜିଟ କ୍ୟାମ୍ପରେ ପହଞ୍ଚିଥିଲେ । 

ଭାରତୀୟ ସେନାର ଚିନାର କର୍ପୋ ରବିବାର ଟ୍ୱିଟ୍ କରି କହିଛି, ଜୀବନ ଅପେକ୍ଷା କରିବ ଏହା ପ୍ରତିଶ୍ରୁତି । ଭାରତୀୟ ସେନାର ଜଣେ ଯବାନ କଶ୍ମୀର ଘାଟିରେ ପ୍ରବଳ ବରଫପାତ କାରଣରୁ ନିଜ ବାହାଘର ପାଇଁ ପହଞ୍ଚି ପାରିଲେନି । ଚିନ୍ତା କରନି ଜୀବନ ଅପେକ୍ଷା କରିବ । ଦେଶ ସବୁବେଳେ ଆଗ । କନ୍ୟାଙ୍କ ପରିବାର ଲୋକେ ନୂଆ ତାରିଖ ପାଇଁ ରାଜି ହୋଇଛନ୍ତି । ଜଣେ ସୈନ୍ୟର ଜୀବନର କେବଳ ଅନ୍ୟ ଏକ ଦିନ । 

ଖରାପ ପାଣିପାଗ କାରଣରୁ ସବୁ ରାସ୍ତା ବନ୍ଦ ହୋଇଥିଲା, ଯେଉଁ କାରଣରୁ ସୁନୀଲ ବାନ୍ଦୀପୋରାରେ ଫଶି ରହିଥିଲେ । କନ୍ୟା ଏବଂ ତାଙ୍କ ପରିବାର ଲୋକେ ଏହା ଜାଣିବା ପରେ ମନ ଦୁଖ କରିଥିଲେ । ସୁନୀଲ ଶ୍ରୀନଗରରୁ ସମସ୍ତଙ୍କ ସହ ଫୋନ ଜରିଆରେ କଥା ଖରାପ ପାଣିପାଗ ସମ୍ପର୍କରେ ଜଣାଇଥିଲେ । 

Subscribe

National International State Sports Entertainment